ଉନ୍ନାଓ ପୀଡିତାଙ୍କ ପରିବାରକୁ ଯୋଗୀ ସରକାରଙ୍କ ସହାୟତା

ଲକ୍ଷ୍‌ନୌ , (ଯୁଗାବ୍ଦ ନ୍ୟୁଜ) : ଜୀବନ ଯୁଦ୍ଧରେ ହାରିଯାଇଥିବା ଉନ୍ନାଓ ପୀଡିତାଙ୍କୁ ରବିବାର ଅନ୍ତିମ ସଂସ୍କାର କରାଯାଇଛି । ଜିଦରେ ଅଡି ବସିଥିବା ପରିବାର ଲୋକଙ୍କୁ ପ୍ରଶାସନ ବୁଝାସୁଝା କରିବା ପରେ ଶେଷରେ ବୁଝିଥିଲେ ପରିବାର ଲୋକେ । ଏନେଇ ରବିବାର ଉତ୍ତର ପ୍ରଦେଶ ସରକାର ପୀଡିତାଙ୍କ ଭଉଣୀଙ୍କୁ ସରକାରୀ ଚକାରି ଓ ଭାଇଙ୍କୁ ବନ୍ଧୁକ ଲାଇସେନ୍ସଦେବାକୁ ଘୋଷଣା କରିଛନ୍ତି । ସୁଚନା ଥାଉକି , ପୁର୍ବରୁ ପୀଡିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିସାରିଛନ୍ତି ରାଜ୍ୟ ସରକାର । ଅନ୍ତିମ ସଂସ୍କାର ପରେ ପିଡୀତାଙ୍କ ଭଉଣୀ ଓ ତାଙ୍କ ପରିବାର ଲୋକଙ୍କୁ ୨୪ ଘଣ୍ଟା ସୁରକ୍ଷା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ଲକ୍ଷ୍‌ନୌ କମିଶନର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ