ଉପଖଣ୍ଡ ସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ

କୁଚିଣ୍ଡା, (ରିଙ୍କୁ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ କୁଚିଣ୍ଡା ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଉପଖଣ୍ଡ ସ୍ତରୀୟ ୧୫ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ନୁଆଁ ଭୋଟର ଓ ଯୁବ ଭୋଟରଙ୍କ ପାଇଁ ସମର୍ପିତ ଭାରତୀୟ ନିର୍ବାଚନ ଆୟୋଗର ସ୍ଥାପନା ଦିବସ କୁ ସ୍ମରଣ କରିବା ପାଇଁ ଦେଶବ୍ୟାପୀ ଭୋଟର ଜାଗରଣ ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ଏହି ପରିପ୍ରେକ୍ଷୀରେ କୁଚିଣ୍ଡା ଉପଖଣ୍ଡର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଆଜି ମହାବିଦ୍ୟାଳୟ ପ୍ରାଙ୍ଗଣରୁ ଏନ୍ ଏସ ଏସ,ଏନ୍ ସି ସି ଓ ରେଡକ୍ରସ ୟୁନିଟ କୁଚିଣ୍ଡା ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ମହାବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ମାନେ ଏକ ଶୋଭାଯାତ୍ରାରେ ବାହାରି କୁଚିଣ୍ଡା ପୁରୁଣା ବସଷ୍ଟାଣ୍ଡ ନଗର ପରିକ୍ରମା କରି ଭୋଟର ସଚେତନ ଉପରେ ବିଭିନ୍ନ ସ୍ଳୋଗାନ ଦେଇ ଜନସାଧାରଣ ଙ୍କୁ ସଚେତନ କରାଇଥିଲେ। ଏହି ଶୋଭାଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥଲେ। ଏହା ପରେ କୁଚିଣ୍ଡା ତହସିଲଦାର ମିତାଲି‌ ମଧୁସ୍ମିତା ଦଲେଇ ଙ୍କ ସଭାପତିତ୍ବରେ ଏକ ଶଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ କୁଚିଣ୍ଡା ବିଡ଼ିଓ ଜୟନ୍ତ ସାହୁ, ଜମନକିରା ବିଡ଼ିଓ, କୁଚିଣ୍ଡା ମହାବିଦ୍ୟାଳୟ ଅଧ୍ୟକ୍ଷା ସୁଚିତ୍ରା ମିଶ୍ର, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଅଧିକାରୀ ସାହୁ, ସହକାରୀ ଜିଲ୍ଲାପାଳ ଲୋଚନ ଶବର ପ୍ରମୁଖ ଯୋଗଦେଇ ଗଣତନ୍ତ୍ର ର ଏ ମହାନ ପର୍ବରେ ଯୁବ ଭୋଟର ମାନେ ବିକଶିତ ନୂତନ ଭାରତ ଗଠନରେ ସାମିଲ ହେବାପାଇଁ ଉଦବୋଧନ ଦେଇଥିଲେ।ଭୋଟ ଦେବା ସମସ୍ତଙ୍କ ଅଧିକାର ଏବଂ ସ୍ବଚ୍ଛ ନୀର୍ମଲ ଭୋଟଦାନ ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ଅଧ୍ୟାପିକା ବେଲମତି କୁମୁରା ଙ୍କ ସଂଯୋଜନା ରେ ପରିଚାଳିତ ଏହି ସଭାରେ ସହ ଜିଳ୍ଲାପାଳ ଭାସ୍କର ବେହେରା ସ୍ବାଗତ ଭାଷଣ ପ୍ରସ୍ତୁତ କରିଥିବାବେଳେ, ଡେପୁଟି କଲେକ୍ଟର ପ୍ରବିଣା ବିଲୁଂ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରେଷ୍ଠ ଭୋଟର ପଞ୍ଜିକରଣ ଅଫିସର ରୂପେ ବିଡ଼ିଓ କୁଚିଣ୍ଡା ଜୟନ୍ତ ସାହୁ ଏବଂ ଜମନକିରା ବିଡ଼ିଓ ଙ୍କୁ ସମ୍ମାନିତ କରାଯାଇଥିଲା। ଶ୍ରେଷ୍ଠ ବିଏଲ୍ଓ ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ ରେ ଏନ୍ ଏସ୍ ଏସ୍ କୁଚିଣ୍ଡା ମହାବିଦ୍ୟାଳୟ ର ସହଯୋଗୀତା ଓ ସୁନ୍ଦର ଉପସ୍ଥାପନା ଓ ମଞ୍ଚ ପରିଚାଳନା ପାଇଁ ସ୍ବତନ୍ତ୍ର ରୂପେ ଏନ୍ ଏସ୍ ଏସ୍ ପ୍ରୋଗ୍ରାମ ଅଫିସର ବେଲମତି କୁମୁରା ଙ୍କୁ ସମ୍ମାନିତ କରାଯାଇଥିଲା। ସଚେତନତା ପାଇଁ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଜାତୀୟ ଭୋଟର ଦିବସ ଉପରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନୂତନ ରୂପେ ଭୋଟର ଲିଷ୍ଟ ରେ ପଞ୍ଜିକରଣ ହୋଇଥିବା ନୁଆଁ ଭୋଟର ମାନଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ