ଋଷିକୂଲ୍ୟା ନଦୀରେ ମାଛ ମଡ଼କ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ଋଷିକୂଲ୍ୟା ନଦୀରେ ଭାସୁଛି ହଜାର ହଜାର ମଲା ମାଛ । ଯାହା ଗଂଜାମ ବାସୀଙ୍କୁ ଚିନ୍ତାରେ ପକାଇଛି। ଏହା କେଉଁକାରଣ ପାଇଁ ଘଟିଛି ତାହାକୁ ନେଇ ତଦନ୍ତର ଆବଶ୍ୟକ ରହିଥିବା ପରିବେଶବିତ ମାନେ କହିଛନ୍ତି।ଋଷିକୂଲ୍ୟା ବ୍ରିଜ ଠାରୁ ଆରମ୍ବ କରି ପୋତାଗଡ ଋଷିକୂଲ୍ୟା ମୁହାଣ ପର୍ଯ୍ୟନ୍ତ ଖାଲୁଆ ସ୍ଥାନ ଗୁଡିକରେ ହଜାର , ହଜାର ମାଛ ମରିପଡିଛନ୍ତି। ଯାହା ଗ୍ରାସୀମ ଇଣ୍ଡୋଷ୍ଟିଜର ବିଷାକ୍ତ ବାଷ୍ପ ଓ ବିପଦଜନକ ବର୍ଯ୍ୟବସ୍ତୁ ମିଶ୍ରିତ ଜଳ ନିଷ୍କାନ ପାଇଁ ଏପରି ପରିସ୍ଥିତି ଉପୁଜିଥାଇପାରେ ବୋଲି ଆଶଙ୍କା କରୁଛନ୍ତି ପରିବେଶବିତ ମାନେ। କାରଣ ଇଣ୍ଡୋଷ୍ଟିଜର ବ୍ୟାପକ ପ୍ରଦୂଷଣ ଏହି ଅଞ୍ଚଳର ଜୈବବିବିଧତାକୁ ସଂପୂର୍ଣ୍ଣ ପରିବର୍ତ୍ତନ କରିବା ଯୋଗୁଁ ଗଞ୍ଜାମରେ ସ୍ୱାସଜନିତ ଅଧିକ ଦେଖାଦେଇଥିବା ବେକେ ଓ ଚର୍ମ ରୋଗ ବୃଦ୍ଧି ପାଇଛି। ପ୍ରଦୂଷଣ ମାତ୍ର କେତେ ରହିଛି, କେତେ ଗ୍ୟାସ ନିର୍ଗତ ହେଉଛି, ତାହାର ପରିମାଣ ଠିକ ରହୁଛି ନା ଅଧିକ ରହୁଛି ଏ ସମ୍ପର୍କରେ ପ୍ରତି ତିନି ମାସରେ ରାଜ୍ୟ ପ୍ରଦୂଷଣ ବୋର୍ଡ଼ ସଠିକ ତଥ୍ୟ ଜନସାଧାରଣଙ୍କୁ ଜଣାଇବା କଥା । ମାତ୍ର ଜଣାଉନାହାନ୍ତି ତାହା ଜଣାଇବାକୁ ସାଧାରଣରେ ଦାବି ହେଉଛି।ଏହା ଉପରେ ଜିଲ୍ଲାପ୍ରଶାସନ ପଦେକ୍ଷେପ ନେବେ ବୋଲି ବିଭିନ୍ନ ମହଲ ଆଶା ରଖିଛି। ଅନ୍ୟପଟେ ଆଜିର ମାଛ ମାରିବା ନେଇ ଜୈବବିବିଧତା ପରିବର୍ତ୍ତନର ହେଉଥିବାନେଇ ଗଞ୍ଜାମ ବାସୀ ଏକ ପ୍ରକାର ଆତଙ୍କିତ ହୋଇପଡ଼ିଛିନ୍ତି


