ଏକକାଳୀନ ଅବସର ଓ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ 

ରାଇରଙ୍ଗପୁର ( ଅକ୍ଷୟ ବିଶ୍ୱାଳ ): ମୟୁରଭଞ୍ଜ ଜିଲ୍ଲା ବହଳଦା ସ୍ଥିତ କିଚକେଶ୍ବରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକକାଳୀନ ଅବସର ଓ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଡିନଜନ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଗତ ୩୦ ଅଗଷ୍ଟରେ ଅବସର ଗ୍ରହଣ କରିଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାକର ପରିଡା ଏବଂ ଏହି ବିଦ୍ୟାଳୟରୁ ପ୍ରୋମସନ ପାଇ ଗମ୍ଭାରିଆ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦେଇଥିବା ବରିଷ୍ଠ ଶିକ୍ଷକ ଯୋଗେଶ୍ବର ବେହେରାଙ୍କୁ ଏକ କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଦ୍ୟାଳୟର ଶିକ୍ଷୟତ୍ରୀ ମୀରା ମଲ୍ଲୀକ ଅତିଥି’ଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ଉପେନ୍ଦ୍ର ମହାନ୍ତ କାର୍ଯ୍ୟକ୍ରମ ପରିଚାନା କରିଥିଲେ। ଅତିଥି ଭାବରେ ବିଦ୍ୟାଳୟର ପୂର୍ବତନ ସଭାପତି ତଥା ବର୍ତ୍ତମାନର ପରିଚାଳନ ଓ ବିକାଶ ସମିତିର ସଦସ୍ୟ ମଧୁସୂଦନ ଦାସ, ପରିଚାଳନା ସମିତିର ଭାନେତ୍ରୀ ଦୁର୍ଗୀ କିସ୍କୁ, ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ଜୟମୂନୀ ବେହେରା, ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ଭୁତନାଥ ସିଟ୍, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜଗନ୍ନାଥ ପାତ୍ର ଯୋଗଦେଇଥିଲେ। ବିଦ୍ୟାଳୟର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଉପସ୍ଥିତ ଅତିଥିମାନେ ଦୁଇ ବିଦାୟୀ ଶିକ୍ଷକଙ୍କ ସହିତ ବିତିଥିବା ସମୟର ସ୍ମୃତି ଚାରଣ କରିବା ସହ ଦୁଇ ଭଲ ଶିକ୍ଷକ ତଥା ଭଲ ମଣିଷ ବିଦ୍ୟାଳୟରୁ ବିଦାୟ ନେଇଥିବାରୁ ଦୁଃଖ ପ୍ରକାଶ କରିଥିଲେ ଏବଂ ବିଦ୍ୟାଳୟ ତରଫରୁ ବିଭିନ୍ନ ଉପଢୌକନ ଓ ଉପହାର ପ୍ରଦାନ ସହିତ ଅଶୃଳ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ସସ୍ମିତା ମହାନ୍ତ, ସୁରେଖା ମାଝୀ, ସୋନାମଣୀ ମାଝୀ, ଗୌରିମଣୀ ମାର୍ଣ୍ଡି, ଶିକ୍ଷକ ପୁଲକ କୁମାର ସେଠୀ, ରାଜାରାମ ମାଝୀ, ପଦ୍ମଲୋଚନ ପତି, ଚିନ୍ମୟ ନାୟକ ଏବଂ କର୍ମଚାରି ପରିକ୍ଷୀତ ଭଞ୍ଜ, ସଞ୍ଜୀବ କୁମାର ଗିରି, ସରସ୍ବତୀ ପାତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଡିନଜନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ