ଏକାଠି ନଜର ଆସିବେ ୩ ଖାନ୍

ବଲିଉଡରେ ଅନେକ ନୂଆ ନୂଆ ଅଭିନେତା ଆସିଲେଣି ଓ ଭଲ ଭଲ ହିଟ୍ ଫିଲ୍ମ ମଧ୍ୟ ଦେଲେଣି । ହେଲେ ଏବେ ବି ବଲିଉଡରେ ରାଜ୍ କରୁଛନ୍ତି ୩ ଖାନ୍ । ଅନେକ ଦିନ ହେଲାଣି ଫ୍ୟାନମାନେ ସଲମାନ୍, ଶାହାରୁଖ ଓ ଆମୀର ଖାନଙ୍କୁ ଏକାଠି ପରଦାରେ ଦେଖିବାକୁ ଚାହୁଁଛନ୍ତି । ତେବେ ସେମାନଙ୍କ ପାଇଁ ଖୁସି ଖବର । କାରଣ ଖୁବ୍ଶୀଘ୍ର ଏକ ଫିଲ୍ମରେ ୩ ଜଣ ଖାନ୍ ଏକାଠି ନଜର ଆସିବେ । ଫ୍ୟାନମାନେ ତିନି ଖାନଙ୍କୁ ପରଦାରେ ଏକାଠି ଚାହୁଁଥିବାବେଳେ ଏହା କୌଣସି ପ୍ରଯୋଜକଙ୍କ ପକ୍ଷରେ ସମ୍ଭବ ହୋଇପାରୁ ନାହିଁ । କାରଣ ହେଉଛି ଏମାନଙ୍କ ଷ୍ଟାର୍ଡମ୍ ଓ ହାଇ ଫି । କିନ୍ତୁ ଏବେ ଏହାକୁ ସମ୍ଭବ କରିଦେଖାଇଛନ୍ତି ମିଷ୍ଟର ପର୍ଫେକସନିଷ୍ଟ ଆମୀର ଖାନ୍ । ସୂଚନା ଅନୁଯାୟୀ ଆମୀର୍ ନିଜ ଅପକମିଂ ଫିଲ୍ମ “ଲାଲ୍ ସିଂହ ଚଡ୍ଡା’ରେ ସଲମାନ୍ ଓ ଶାହାରୁଖଙ୍କୁ ଆଣିବାକୁ ଯାଉଛନ୍ତି । ଫିଲ୍ମରେ ସଲମାନ୍ ଓ ଶାହାରୁଖଙ୍କର କ୍ୟାମିଓ ରୋଲ୍ ରହିବ । ମିଳିଥିବା ସୂଚନା ମୁତାବକ ଫିଲ୍ମରେ ଶାହାରୁଖଙ୍କର ରୋଲ୍ ଫାଇନାଲ୍ ହୋଇଯାଇଛି । ଶାହାରୁଖ ମଧ୍ୟ ଏଥିପାଇଁ ରାଜି ହୋଇଯାଇଛନ୍ତି । ହେଲେ ସଲମାନଙ୍କୁ ଏସମ୍ପର୍କରେ କିଛି ସୂଚନା ଦିଆଯାଇନାହିଁ । ଖୁବଶୀଘ୍ର ଏନେଇ ଆମୀର ସଲମାନଙ୍କୁ ସହ କଥା ହେବେ ବୋଲି ଚର୍ଚ୍ଚା ହେଉଛି । ଫିଲ୍ମ “ଲାଲ୍ ସିଂହ ଚଡ୍ଡା’ରେ ଆମୀରଙ୍କ ସହ କରୀନା କପୁର ଖାନ୍ ଲିଡ୍ ରୋଲରେ ଅଭିନୟ କରିବେ । ଏହି । ଗତ ବର୍ଷ ତାଙ୍କ ଫିଲ୍ମ “ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ବକ୍ସ ଅଫିସରେ ଫ୍ଲପ୍ ହୋଇଯାଇଥିଲା । ତେଣୁ ଏହି ଫିଲ୍ମକୁ ପରଫେକ୍ଟ କରିବା ପାଇଁ ଆମୀର୍ ଫିଲ୍ମ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ଏହି ଫିଲ୍ମଟି ହଲିଉଡ୍ ଫିଲ୍ମ “ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ୍ । ଏହି ଫିଲ୍ମରେ ରବର୍ଟ ଜେମେକିସ୍ ନିର୍ଦ୍ଦେଶନା ଦେଇଥିବାବେଳେ ଲିଡ୍ ରୋଲରେ ଅଭିନୟ କରିଥିଲେ ଟମ୍ ହ୍ୟାଙ୍କ । ତେବେ ଫିଲ୍ମରେ ତିନିଜଣ ଖାନଙ୍କୁ ଦେଖିବା ଫ୍ୟାନ୍ସଙ୍କ ପାଇଁ ଏକ ବଡ଼ ଉପହାର ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ