ଏକାମ୍ର କଲେଜରେ ଚାରା ରୋପଣ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଗ୍ରୀନ୍ ୱାଲ୍ଡ ଟ୍ରଷ୍ଟ ପକ୍ଷରୁ ମିଶନ ଗ୍ରୀନ୍-୨୧ ପରିପ୍ରେକ୍ଷିରେ ଏକାମ୍ର କଲେଜ ପରିସରରେ ବିଜେଡି ଲିଗାଲ ସେଲ ସହଯୋଗରେ ବ୍ୟାପକ ବୃକ୍ଷ ଚାରା ରୋପଣ କରାଯାଇଥିଲା । ଟ୍ରଷ୍ଟର ଅଧ୍ୟକ୍ଷ ନୃପେଶ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଏହାକୁ ଶୁଭାରମ୍ଭ କରିଥିଲେ । ଏଥିରେ ଲିଗାଲ ସେଲର ସଦସ୍ୟଗଣ, ବହୁ ମୁରବୀ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ । ଏହି ଗଛକୁ ବଚାଂଇ ରଖିବା ପାଇଁ ପ୍ରତିଦିନ ପାଣି ଦିଆଯିବା ବ୍ୟବସ୍ଥା କରାଯାଇଛି ବୋଲି କୁହାଯାଇଛି ।


