ସମାଜ ମଙ୍ଗଳ ହୁଣ୍ଡିର ବନ୍ଧୁମିଳନ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଅସହାୟ କର୍କଟ ପୀଡ଼ିତଙ୍କ ପାଇଁ ପ୍ରତିଷ୍ଠା କରାଯାଇଥିବା ସମାଜ ମଙ୍ଗଳ ହୁଣ୍ଡିର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଓ ଏକ ଆଲୋଚନାଚକ୍ର ଉତ୍କଳ ସାମ୍ବାଦିକ ସଂଘଠାରେ ଅନୁଷ୍ଠିତ ହୋଇଯାଇଛି । ସମାଜ ମଙ୍ଗଳ ହୁଣ୍ଡିର ପ୍ରତିଷ୍ଠାତା ବାପୁ ଓଝାଙ୍କର ଅଧ୍ୟକ୍ଷତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସମାଜ ମଙ୍ଗଳ ହୁଣ୍ଡି ସ୍ଥାପନ କରିଥିବା ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ହୁଣ୍ଡି ସଭ୍ୟତାର ଉତ୍ପତ୍ତି, ଗତି ଓ ସାମ୍ପ୍ରତିକ ସ୍ଥିତିକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର, ସମାଜସେବୀ ଶସ୍ମିତା ଦାସ, ସମାଜସେବୀ ତଥା କବୟତ୍ରୀ ଡଃ ବନ୍ଦନା ହରିଚନ୍ଦନ, ସମାଜସେବୀ ତଥା ସଙ୍ଗଠିକା ବିନ୍ଦାସ ଚିନୁ, ଅଧ୍ୟାପକ ଡଃ ଅସିତ୍ ଦାସ, କଣ୍ଠଶିଳ୍ପୀ ଡଃ ଜୟଶ୍ରୀ ଧଳ, ସମାଜସେବୀ ମହାସଂଘର କାର୍ଯ୍ୟକାରୀ ସଭାପତି ବାପି ମହାନ୍ତି, ସମାଜସେବୀ ମେନକା ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ ଜିଲ୍ଲାରେ ସମାଜ ମଙ୍ଗଳ ହୁଣ୍ଡିର ପ୍ରତିଷ୍ଠା କରି କର୍କଟ ପୀଡ଼ିତଙ୍କୁ ସେବା ଯୋଗାଉଥିବା ସମାଜସେବୀମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ସମାଜ ମଙ୍ଗଳ ହୁଣ୍ଡି ରାଜ୍ୟର ବିଭିନ୍ନ ଜିଲ୍ଲା ଓ ଛକରେ ସ୍ଥାପନ ହେଲେ ରାଜ୍ୟର ବହୁ ଅସହାୟ ଗରିବ କର୍କଟ ରୋଗୀ କିଛି ସାହାଯ୍ୟ ପାଇପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଭିନ୍ନ ଜିଲ୍ଲାର ହୁଣ୍ଡି ପ୍ରତିଷ୍ଠାତାଙ୍କ ମଧ୍ୟରେ ସମାଜସେବୀ ନାରାୟଣ ବିଶ୍ୱାଳ, ଚିତ୍ତରଞ୍ଜନ ଦାସ, ଶିବଶଙ୍କର ଡାକୁଆ, ସୁଶାନ୍ତ ନାୟକ, ଲିପିକା ରାୟ, ଚିତ୍ତରଞ୍ଜନ ଦାସ, ନାରାୟଣ ଖୁଣ୍ଟିଆ, ମଣ୍ଟୁ ପତ୍ରି, ବିଜୟ ମଲ୍ଲିକ, ବାସୁ ଦାସ, ସନାତନ ରଣା, ଧୀରେନ ରାଉତରାୟ, ରୋହିତ କୁମାର ନାୟକ, ଇଂ ସୌମ୍ୟରଞ୍ଜନ ରାଉତରାୟ, ଦୀପକ ବାରିକ, ରଞ୍ଜନ ବେହେରା, ସମାଜେସବୀ ସୁଭାଶିଷ ଷଡ଼ଙ୍ଗୀ, ସ୍ନିଗ୍ଧା ମହାନ୍ତି, ବର୍ଷା ଦାସ, ରୂପଶ୍ରୀ ସାହୁ, ରୀନାରାଣୀ, ପ୍ରତାପ ସାହୁ, ଶିବୁ ପଟ୍ଟନାୟକ, ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ ରାଜ୍ୟ ସମାଜ ମଙ୍ଗଳ ହୁଣ୍ଡିର ରାଜ୍ୟ ସଂଯୋଗ ରକ୍ତଦାତା ତନ୍ମୟ ସାମନ୍ତରାୟ ।


