ଏକ୍ସପାରୀ ମେଡ଼ିସିନ ଖାଇ ୧୧ ମାସର ଶିଶୁ ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ପାରଳାଖେମୁଣ୍ଡି ଯାଜପୁର ଗାଁରେ ଏକ୍ସପାରୀ ମେଡ଼ିସିନ ଖାଇ ୧୧ ମାସର ଶିଶୁ ଗୁରୁତର ହୋଇଥିବା ସଂଗୀନ ଅଭିଯୋଗ ଆସିଛି. ଏହି ଅଭିଯୋଗ ଆଣିଛନ୍ତି ଶିଶୁର ପରିବାର ଲୋକେ. ଗତ ମାସ ୭ ତାରିଖରେ ଅଙ୍ଗନବାଡି କର୍ମୀ ପିଲାଙ୍କ ପାଇଁ ଭିଟାମିନ ଔଷଧ ବାଣ୍ଟିଥିଲେ. ପ୍ରାୟ ୨୫ ପରିବାରରେ ଔଷଧ ବଣ୍ଟା ଯାଇଥିଲା. ଏହି ଔଷଧ ଖାଇବା ପରେ ପିଲାଙ୍କୁ ଝାଡ଼ା ବାନ୍ତି ହୋଇଥିଲା. ପରେ ଜଣା ପଡିଥିଲା ଯେଉଁ ଔଷଧ ବଣ୍ଟା ଯାଇଥିଲା ତାହାର ଅବଧି ସରିଯାଇଛି. ୧୧ ମାସର ଶିଶୁର ଅବସ୍ଥା ୪ ରୁ ୫ ଦିନ ଧରି ଗୁରୁତର ହେବାରୁ ପରିବାର ଲୋକେ ପ୍ରଥମେ ସ୍ଥାନୀୟ ମେଡିକାଲ ଓ ପରେ ଶିକାକୁଲମ ମେଡିକାଲରେ ଭର୍ତ୍ତି କରିଥିଲେ. ଚିକିତ୍ସା ପରେ ଶିଶୁ ସୁସ୍ଥ ଥିବା ଜଣା ପଡିଛି. ଅନ୍ୟ ପଟେ ଅସୁସ୍ଥ ଶିଶୁକୁ ଧରି ପାରଳାଖେମୁଣ୍ଡି ଫେରିଛନ୍ତି.


