ଏନଏସି ପକ୍ଷରୁ ଉଚ୍ଛେଦ କରାଗଲା ବେଦଖଲ ଜାଗା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା କାଶୀନଗର ଏନଏସିର ବ୍ୟସ୍ତ ବହୁଳ ମାର୍କେଟ ଅଞ୍ଚଳରେ ଦୀର୍ଘ ଦିନ ଧରି ରାସ୍ତାକଡ଼ ଓ ଡ୍ରେନ୍ ଉପରେ ଗଢ଼ି ଉଠିଥିବା ଅସ୍ଥାୟୀ ଦୋକାନ ଯୋଗୁଁ ଯାତାୟାତ ବ୍ୟବସ୍ଥା ବ୍ୟାହତ ହେବା ସହ ବର୍ଷା ଦିନରେ ଜଳ ନିଷ୍କାସନରେ ଗୁରୁତର ସମସ୍ଯା ସୃଷ୍ଟି ହେଉଥିଲା। ଏହି ସମସ୍ୟାକୁ ଦୃଷ୍ଟିରେ ରଖି କାଶୀନଗର ଏନଏସି ପକ୍ଷରୁ ସ୍ଥାନୀୟ ପ୍ରଶାସନର ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚଳାଯାଇଥିଲା। ଏହି ଅଭିଯାନ ସମୟରେ କାର୍ଯ୍ୟନିର୍ବାହୀ ଦାୟିତ୍ବରେ ଥିବା ସହକାରୀ ତହସିଲଦାର କେ. ଦିବ୍ୟରଞ୍ଜନଙ୍କ ନେତୃତ୍ବରେ ଏନଏସି କର୍ମଚାରୀମାନେ ରାସ୍ତା ଓ ଡ୍ରେନ ଉପରେ ଥିବା ବିଭିନ୍ନ ଅସ୍ଥାୟୀ ଦଖଲକୁ ହଟାଇଥିଲେ। ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ କାଶୀନଗର ଥାନା ଅଧିକାରୀ ତ୍ରିନାଥ ସେଠୀଙ୍କ ନେତୃତ୍ୱରେ କାଶୀନଗର ପୋଲିସ ଥାନା ଟିମ ଘଟଣା ସ୍ଥଳରେ ସଜାଗ ଥିଲେ.


