ବିଧବାଙ୍କୁ ମିଳୁନି ଭତ୍ତା, ଅର୍ଦ୍ଧାହାରରେ କଟୁଛି ଜୀବନ

ହାଟଡିହି (ଓ୍ବାଇଏନଏସ) : ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ଜଣେ ନିରାଶ୍ରୟ ବିଧବା ଙ୍କୁ ଭତ୍ତା ମିଳୁନି। ଫଳରେ ଅର୍ଦ୍ଧାହାରରେ  ଜୀବନ ବିତାଉଛନ୍ତି ବିଧବା ବାସନ୍ତୀ ବିନ୍ଧାଣି। ହାଟଡିହି ବ୍ଲକ ସୋସୋ ଗ୍ରାମର ବାସନ୍ତି ବିନ୍ଧାଣିଙ୍କ ଅଭିଯୋଗ ଅନୁଯାଇ ତାଙ୍କ ସ୍ୱାମୀ କ୍ଷୀରୋଦ ବିନ୍ଧାଣୀଙ୍କ ବର୍ଷେ ତଳେ ସର୍ପା ଘାତରେ ମୃତ୍ୟୁ ଘଟିଥିଲା। ତାଙ୍କର ଦୁଇ ପୁଅ ଥିବାବେଳେ  ଜଣେ ରାଜ୍ୟ ବାହାରେ ରହି କାମ କରୁଛି। ସେ ଜଣେ ଅତ୍ୟନ୍ତ ଗରିବ ପରିବାରର ହୋଇ ଥିବାରୁ ପରିବାର ଚଳାଇବା ତାଙ୍କ ପକ୍ଷେ ସମ୍ଭବ ହେଉନି। ଏପରିକି ଦେହ ଖରାପ ହେଲେ ଔଷଧ ଟିକେ କିଣିବାକୁ ତାଙ୍କ ପକ୍ଷେ ସମ୍ଭବ ହେଉନି। ଏପରି ସ୍ଥିତିରେ ସେ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଇବାକୁ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଭତ୍ତା ମିଳି ପାରୁନି। ଫଳରେ ନାନା ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି ବାସନ୍ତୀ। ଜିଲ୍ଲାପାଳ ତାଙ୍କ ପ୍ରତି ସଦୟ ହୋଇ ଭତ୍ତା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ