ହାଇସ୍କୁଲରେ କମିଟି ଅଧ୍ୟକ୍ଷ ଚୟନକୁ ନେଇ ବିବାଦ

ହାଟଡିହି  (ଓ୍ବାଇଏନଏସ): ହାଟଡିହି ବ୍ଲକ କଳିଗାଁ କପିଳେଶ୍ୱର ହାଇସ୍କୁଲ ରେ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଚୟନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସ ପହଞ୍ଚି ବୁଝା ସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ସୂଚନାରୁ ଜଣା ଯାଇଛି କି ଗତ ଗୁରୁବାର ଦିନ ଅଭିଭାବକ ବୈଠକ ବସି ପରିଚାଳନା କମିଟିର ୧୫ଜଣ ସଦସ୍ୟ ସଦସ୍ୟା ଚୟନ କରାଯାଇ ଥିଲା। କମିଟିର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ମନୋନୟନ ପାଇଁ ଆଜିକୁ ଦିନ ଧାର୍ଯ୍ୟ କରାଯାଇ ଥିଲା। କିନ୍ତୁ ଆଜି ସକାଳେ ଜଣେ ସଦସ୍ୟ ମେଡିକାଲ ଯିବାର ଥିବାରୁ ପ୍ରଧାନ ଶିକ୍ଷକଙ୍କୁ ମୋଖିକ ଜଣାଇ ଚୟନ ପ୍ରକ୍ରିୟା ସ୍ଥଗିତ ରଖିବାକୁ ନିବେଦନ କରିଥିଲେ। କିନ୍ତୁ ନୋଟିସ ସରିଥିବାରୁ ଆଜି ଅପରାହ୍ନରେ ବୈଠକ ବସିଥିବା ବେଳେ କୋରମ ଅନୁଯାଇ ସଦସ୍ୟ ଉପସ୍ଥିତ ରହିବାରୁ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ କରାଯାଇ ଥିଲା। ତ୍ରିଲୋଚନ ସା ଅଧ୍ୟକ୍ଷ ଓ ସସ୍ମିତା ପାତ୍ରଙ୍କୁ ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇ ଥିଲା। କିନ୍ତୁ ଅଧ୍ୟକ୍ଷ ଉପାଧ୍ୟାକ୍ଷ ଚୟନ ସମୟରେ କହ୍ନେଇ ଦାସ ନାମକ ଜଣେ ସଦସ୍ୟ ଆଜିର ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ଲିଖିତ ଜଣାଇବାରୁ ବିବାଦ ସୃଷ୍ଟି ହୋଇଥିଲା। ପୂର୍ବରୁ ଆମେ ଜଣାଇ ଥିଲେ ବି ଆଜି କାହିଁକି ଚୟନ ପ୍ରକ୍ରିୟା କରାଗଲା ବୋଲି ଯୁକ୍ତି ରଖିଥିଲେ। ଯାହାକୁ ନେଇ ଉଭୟ ପକ୍ଷ ଭିତରେ ମୁଁହା ମୁଁହି ପରିସ୍ଥିତି ଉପୁଜିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୋଲିସକୁ ଜଣାଇ ଥିଲେ। ନନ୍ଦିପଦା ପୋଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀଙ୍କ ସହିତ ପ୍ରଧାନଶିକ୍ଷକ କଥା ହେବା ପରେ  ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଏହାର ତଦନ୍ତ କରି ନିୟମାନୁଯାୟୀ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ