ପୁରାତନ ଛାତ୍ର ସଂସଦ ପକ୍ଷରୁ ପୁରସ୍କାର ବିତରଣ ଉତ୍ସବ
ନାଉଗାଁ, (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ ବିପିନି ବିହାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପୁରାତନ ଛାତ୍ର ପରିଷଦ ପକ୍ଷରୁ ଏକ ପୁରସ୍କାର ବିତରଣ ଉତ୍ସବ ଛାତ୍ର ପରିଷଦ ର ସଭାପତି ଶ୍ରଯୁକ୍ତ ଜ୍ୟୋତିଷ ଚନ୍ଦ୍ର ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ବିଦ୍ୟାଳୟର ପ୍ଲାଟିନମ୍ ଜୁବିଲି କାର୍ଯ୍ୟକ୍ରମ ପାଇଁ ସଂଗୃହୀତ ବଳକା ଅର୍ଥ ର ସୁଧ ରୁ ପ୍ରତିବର୍ଷ ବିଦ୍ୟାଳୟର ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥି ସହିତ ୮ମ ଓ ୫ମ ଶ୍ରେଣୀ ପରୀକ୍ଷା ରେ ସର୍ବୋଚ୍ଚ ନମ୍ବର ରଖିଥିବା ଦୁଇ ଜଣ ଲେଖାଁ ପିଲାଙ୍କୁ ଆର୍ଥିକ ପୁରସ୍କାର ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଉତ୍ସବ ର ପ୍ରାରମ୍ଭ ରେ ଛାତ୍ର ପୁରାତନ ପରିଷଦ ର ସମ୍ପାଦକ ସରୋଜ କୁମାର ନାୟକ ଉତ୍ସବ ର ଆଭିମୁଖ୍ୟ ବିଷୟ ରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଖୁଲଣl ଦାସ ସମସ୍ତ ଙ୍କୁ ସ୍ଵାଗତ କରିଥିଲେ।ଏହି କାର୍ଯ୍ୟକ୍ରମ ନାଉଗାଁ ହାଟ ଉଚ୍ଚ ବିଦ୍ୟାଳୟ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ନିରଞ୍ଜନ ମହାନ୍ତି ଓ ସି ଅର୍ ସି ଅକ୍ଷୟ କୁମାର ରାଉତ ଅତିଥି ଭାବରେ ଯୋଗଦେଇଥିଲା ବେଳେ ପୁରାତନ ଛାତ୍ର ଶ୍ରୀ ବିପିନି ବିହାରୀ ବେହେରା, ଜଗନ୍ନାଥ ଦାସ, ଗୁରୁଚରଣ ବିଶ୍ୱାଳ, ସୁକାନ୍ତ କୁମାର ଲେଙ୍କା, ପ୍ରମୋଦ କୁମାର ଦାସ, ସୁରେଶ ଚନ୍ଦ୍ର ବେହୁରା ଓ ବିରଞ୍ଚି ନାରାୟଣ ଦାସ ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ। ଶେଷରେ ମାରଡା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶୁଭାକାଙ୍କ୍ଷୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପିଲାମାନଙ୍କର ଅଭିଭାବକ ମାନେ ମଧ୍ୟ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।


