ଏନ୍‌ଟିପିସି ମେରିଗୋ ରାଉଣ୍ଡରେ କୋଇଲା ଚୋରଙ୍କ ଆତଙ୍କରାଜ: ସିଆଇଏସ୍‌ଏଫ୍‌ ମୁଖ୍ୟ କନଷ୍ଟେବଳଙ୍କ ସମେତ ୨ ଗୁରୁତର

ଅନୁଗୋଳ, -ନ୍ୟାସନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍‌ଟିପିସି)ର ମେରିଗୋ ରାଉଣ୍ଡ (ଏମ୍‌ଜିଆର୍‌) ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସ୍‌ଏଫ୍‌ ଯବାନ କୋଇଲା ଚୋରଙ୍କ ଆକ୍ରମଣ ଶିକାର ହୋଇଛନ୍ତି। ଏଥିରେ ସିଆଏସ୍‌ଏଫ୍‌ ହେଡ୍‌ କନଷ୍ଟେବଳ ରାମଆଶିଷ ସିଂ ଏବଂ ପାଟ୍ରୋଲିଂରେ ନିୟୋଜିତ ଡ୍ରାଇଭର ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ଲାଗି ଏନ୍‌ଟିପିସି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏ ନେଇ ତାଳଚେର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏମ୍‌ଜିଆର୍‌ରେ ଗୁରୁବାର ରାତିରେ ପାଖାପାଖି ୨୦ ଜଣ ସିଆଇଏସ୍‌ଏଫ୍‌ ଯବାନ ସୁରକ୍ଷା ଦାୟିତ୍ୱରେ ମୁତୟନ ଥିଲେ। ସ୍କଟଲାଣ୍ଡପୁର ନିକଟରେ ପାଟ୍ରୋଲିଂ କରୁଥିବାବେଳେ କୋଇଲା ଚୋରି ଉଦ୍ଦେଶ୍ୟରେ ୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଠେଙ୍ଗା, ଲୁହା ରଡ଼ ମାଡ଼ରେ ରାମଆଶିଷଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନ୍‌ଟିପିସି ପକ୍ଷରୁ ନିବେଦନ କରାଯାଇଛି
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ