ଶ୍ରୀ ରଘୁନାଥ ସ୍ୱାମୀ ମହାପ୍ରଭୂଙ୍କ ରାମନବମୀ ଯାତ୍ରା
ଆସିକା ତା(ୱାଇଏନ୍ଏସ୍) :ଐତିହ୍ୟ, ସଂସ୍କୃତି ସଂପନ୍ନ ଓ ଭାଇଚାରାର ଗ୍ରାମ ଆସିକା ଏନ୍ଏସି ଅଧୀନସ୍ଥ ୧୮ ନମ୍ବର ୱାର୍ଡର ପାକଲାପଲ୍ଲୀରେ ପବିତ୍ର ଶ୍ରୀ ରାମନବମୀ ଯାତ୍ରା ଉତ୍ସବ ଅବସରରେ ପ୍ରଜାବତ୍ସଳ ଶ୍ରୀ ଶ୍ରୀ ରଘୁନାଥ ସ୍ୱାମୀ ମହାପ୍ରଭୂଙ୍କ ନଗର ପରିକ୍ରମା ଉତ୍ସବ ଶୁକ୍ରବାର ରାତ୍ରରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତିରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ରଘୁନାଥ ସ୍ୱାମୀ ମହାପ୍ରଭୂଙ୍କ ରାମନବମୀ ଯାତ୍ରା ଅବସରରେ ଠାକୁରମାନଙ୍କୁ ଏକ ସୁସଜ୍ଜିତ ପାଲିଙ୍କିରେ ଅଧିଷ୍ଠିତ କରାଯାଇ ବାଦ୍ୟବାଜଣାରେ ତାଳେତାଳେ ବିଶାଳ ଶୋଭାଯାତ୍ରା ମନ୍ଦିର ନିକଟରୁ ବାହାରି ପାକଲାପଲ୍ଲୀ ଗ୍ରାମ, ତାଲୁକା ରୋଡ, ପାଢୀକଲୋନୀ, ବଜାର ସାହି, ହାଟପଦା, ଖମ୍ବେଶ୍ୱରୀପାଟଣା, ବିନାୟକ ବଜାର, ଲକ୍ଷ୍ମୀବଜାର, କଳିଙ୍ଗ ରୋଡ ଇତ୍ୟାଦି ଅଞ୍ଚଳ ପରିକ୍ରମା କରାଯିବା ପରେ ଶନିବାର ଗ୍ରାମର ମଣ୍ଡପରେ ବିଜେ କରାଯାଇଥିଲା । ରାମନବମୀ ଯାତ୍ରା ଅବସରରେ ଶ୍ରୀ ଶ୍ରୀ ରଘୁନାଥ ସ୍ୱାମୀ ମହାପ୍ରଭୂଙ୍କୁ ପୂଜାର୍ଚ୍ଚନା କରିବା ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା ବେଳେ ସଂପୁର୍ଣ୍ଣ ଗ୍ରାମଟି ଉତ୍ସବମୁଖର ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ଗ୍ରାମ ନିକଟରେ ଶନିବାର ପ୍ରତ୍ୟୁଷରେ ରାବଣ ପୋଡି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ବେଳେ ପାତାଳସିଙ୍ଗି ଗ୍ରାମର ଶ୍ରୀ ଶ୍ରୀ ହରଗୌରୀ ଗଣନାଟ୍ୟ ସଂସଦର କଳାକାର ମାନଙ୍କୁ ନେଇ ପୌରାଣିକ ନାଟକ ସ୍ୱର୍ଣ୍ଣମୟୀ ଲଙ୍କା (ବିଜୟୀ ରାଘବ) ମଞ୍ଚସ୍ଥ ହୋଇଥିଲା । ପାକଲାପଲ୍ଲୀ ଗ୍ôରାମରେ ଶ୍ରୀ ଶ୍ରୀ ରଘୁନାଥ ସ୍ୱାମୀ ମହାପ୍ରଭୂଙ୍କ ରାମନବମୀ ଯାତ୍ରାକୁ ସୁପରିଚାଳନା କରିବା ଦିଗରେ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ପୋଲାଇ, ରବିନ୍ଦ୍ରନାଥ ପୋଲାଇ, କୈଳାଶ ଚନ୍ଦ୍ର ପୋଲାଇ, ନିରଞ୍ଜନ ପୋଲାଇ, ସାଇଶଙ୍କର ପୋଲାଇ, ଅମିତ୍ କୁମାର ପୋଲାଇ, ସାଇବିଷ୍ଣୁ ପୋଲାଇ, ସଂସାର ପୋଲାଇ, ପ୍ରିୟାଂଶୁ ଶେଖର ପରିଡା, ଜ୍ୟୋତିରଂଜନ ପୋଲାଇ, ପ୍ରଫୁଲ ପୋଲାଇ, ଜଗନ୍ନାଥ ପୋଲାଇ, ନାରାୟଣ ପୋଲାଇ, ଲକ୍ଷ୍ମଣ ଗୌଡ, ମଧୁସୂଦନ ପରିଡା, ମହେଶ୍ୱର ପୋଲାଇ, ମନୋଜ କୁମାର ପରିଡା, ଶିବ ଗୌଡ, ସୂର୍ଯ୍ୟ ପ୍ରଧାନ, ଗଙ୍ଗାଧର ବିଷୋୟୀ, କୈଳାଶ ଚନ୍ଦ୍ର ପ୍ରଧାନ, ନୀଳକଣ୍ଠ ପରିଡା, ପ୍ରଦୀପ ପରିଡା, ସୁଧୀର କୁମାର ମୁନି, ସୁଶାନ୍ତ କୁମାର ପରିଡା, ସୁରେଶ ପ୍ରଧାନଙ୍କ ସମେତ ଗ୍ରାମ୍ୟକମିଟି, ମନ୍ଦିର ପରିଚାଳନା କମିଟି, ଗ୍ରାମବାସୀ ଓ ଯୁବପିଢୀ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।


