ନାରୀ ଶକ୍ତି ବିକଶିତ ଭାରତ ରନ କାର୍ଯ୍ୟକ୍ରମ

କଟକ,(ଓ୍ବାଇଏନଏସ): ମାଇଁ ଭାରତ- ଓଡ଼ିଶା ପକ୍ଷରୁ କଟକ ଜିଲ୍ଲା ପ୍ରଶାସନର ସହାୟତାରେ *ନାରୀ ଶକ୍ତି ବିକଶିତ ଭାରତ ରନ* କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି।କଟକ ସହରର ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରୀ ଓ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଯୋଗଦେଇ ନୂଆପାଟଣାସ୍ଥିତ ସହିଦ୍ ପାର୍କ ଠାରୁ ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ପୀଠ ପର୍ଯ୍ୟନ୍ତ ଦୌଡ଼ିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ନାରୀ ଶକ୍ତି ବନ୍ଦନ ନାରା ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ନମିତା ମିଶ୍ର ଓ ସମ୍ମାନିତ ଅତିଥିଭାବେ ମଙ୍ଗଳାବାଗ ଥାନା ଅଧିକାରୀ ଉମାକାନ୍ତ ସାହୁ ଯୋଗଦେଇ ପତାକା ଦେଖାଇ ଦୌଡ଼ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ଅଧିକାରୀ ନିଖିଲ କୋକୁଲା ଓ ରୋଶନ କୁମାର,ମାନସୀ ଦାସ, ଆଇନଜୀବୀ ପ୍ରତୀମା ମିଶ୍ର, ଅମ୍ବିକା ଦାସ, ଶର୍ମିଷ୍ଠା ପ୍ରିୟଦର୍ଶିନୀ ପ୍ରମୁଖ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ଅଶୋକ କୁମାର ବେହେରା ସହଯୋଗ କରିଥିଲେ। ଶେଷରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଯୁବ ସମାଜସେବୀ ଗଙ୍ଗାଧର ବେହେରା ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ