୨୫ରେ ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘ ନିର୍ବାଚନ

ଆସିକା (ୱାଇଏନ୍‍ଏସ୍‍): ଆସନ୍ତା୨୫ ତାରିଖ ଦିନ ଆସିକା ସମବାୟ ଚିନିଶିଳ୍ପ ଲିଃର କର୍ମଚାରୀ ସଂଘର ୧୫ଟି କାର୍ଯ୍ୟକାରୀ କମିଟି ସଦସ୍ୟ ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ଲାଗି ଶନିବାର ୧୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ଆସନ୍ତା ୨୦ ତାରିଖ ଦିନ ଅପରାହ୍ନ ୧ ଘଟିକା ଠାରୁ ୪ ଘଟିକା ୩୦ ମିନଟ ସମୟ ମଧ୍ୟରେ ନାମାଙ୍କନ ପତ୍ର ଗୁଡିକ ଯାଞ୍ଚ କରାଯାଇ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ । ଆସନ୍ତା ୨୨ ତାରିଖ ଦିନ ସକାଳ ୯ ଘଟିକାରୁୁ ମଧ୍ୟାହ୍ନ ୧୨ ଘଟିକା ମଧ୍ୟରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯାଇପାରିବ ଏବଂ ଅପରାହ୍ନ ୪ ଘଟିକା ୩୦ ମିନଟ ଠାରୁ ୫ ଘଟିକା ମଧ୍ୟରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ସହ ପ୍ରାର୍ଥୀଙ୍କୁ ନିର୍ବାଚନୀ ସଙ୍କେତ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଆସନ୍ତା ୨୫ ତାରିଖ ଦିନ ସକାଳ ୮ ଘଟିକାରୁ ଅପରାହ୍ନ ୧୨ ଘଟିକା ମଧ୍ୟରେ ସମବାୟ ଚିନିଶିଳ୍ପର କୃଷକ ଭବନ ପରିସରରେ ଗୁପ୍ତ ଭୋଟ ଗ୍ରହଣ କରାଯିବ ଓ ଭୋଟଗ୍ରହଣ ସରିବା ପରେ ଫଳାଫଳ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି । ଆସିକା ସମବାୟ ଚିନିଶିଳ୍ପ ଲିଃରେ କାର୍ଯ୍ୟରତ ଥିବା ସ୍ଥାୟୀ ଓ ଏନ୍‍ଏମ୍‍ଆର୍‍ ବର୍ଗର ସମୂଦାୟ ୨୪୪ ଜଣ ଭୋଟର ଆସନ୍ତା୨୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କର୍ମଚାରୀ ସଂଘ ନିର୍ବାଚନରେ ନିଜ ନିଜର ମତାଧିକାର ସାବ୍ୟସ୍ତ କରି ମନ ପସନ୍ଦର କାର୍ଯ୍ୟକାରୀ କମିଟି ସଦସ୍ୟଙ୍କୁ ନିର୍ବାଚିତ କରିବେ ବୋଲି ଜଣାପଡିଛି । ଆସିକା ସମବାୟ ଚିନିଶିଳ୍ପ ଲିଃର କର୍ମଚାରୀ ସଂଘର କାର୍ଯ୍ୟକାରୀ କମିଟି ସଦସ୍ୟ ପଦବୀ ଲାଗି ଶନିବାର ସଂଘର ସଦସ୍ୟ କୈଳାଶ ଚନ୍ଦ୍ର ଗୌଡ, ପ୍ରଶାନ୍ତ କୁମାର କର, ଦିଲୀପ କୁମାର ସ୍ୱାଇଁ, ଦାମୋଦର ସିଅ, ଶିବରାମ ରାଉଳ, ମହାଦେବ ନାହାକ, ବିଜୟ କୁମାର ନାହାକ, ଏସ୍‍.ନାଗେଶ୍ୱର ରାଓ, ସୁରଜ କୁମାର ଗୌଡ, କାଳୁଚରଣ ସ୍ୱାଇଁ, ଅଶୋକ କୁମାର ପ୍ରଧାନ, ଭଗବାନ ବେହେରା, ବାବୁଲା ପ୍ରଧାନ, କୈଳାଶ ଚନ୍ଦ୍ର ପଟ୍ଟନାୟକ, ଚାପଧର ରାଉତ, ମନୋଜ କୁମାର ନାହାକ, ବିଜୟ କୁମାର ମହାନ୍ତି ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ଆସିକା ସମବାୟ ଚିନିଶିଳ୍ପ ଲିଃ କର୍ମଚାରୀ ସଂଘର ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ସଂପନ୍ନ କରିବା ଲାଗି ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉଥିଲା ବେଳେ ନିର୍ବାଚନକୁ ସୁପରିଚାଳନା କରିବା ଲାଗି ଅନିଲ୍‍ କୁମାର ଦାଶ, ଜିତେନ୍ଦ୍ର କୁମାର ଜେନା, ରାମପ୍ରସାଦ ଶତପଥୀ ନିୟୋଜିତ ଥିବା ଜଣାପଡିଛି । ଏଆଇଟିୟୁସି ସହବନ୍ଧିତ ଆସିକା ସମବାୟ ଚିନିଶିଳ୍ପ ଲିଃ କର୍ମଚାରୀ ସଂଘର ସ୍ଥାୟୀ ସଭାପତି ରୂପେ ବରିଷ୍ଠ ଶ୍ରମିକ ନେତା ରାମକୃଷ୍ଣ ପଣ୍ଡା ରହିଥିଲା ବେଳେ ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ବିଜୟ ମୁକୁଟ ପିନ୍ଧିବାକୁ ଥିବା ୧୫ ଜଣ ନିର୍ଦ୍ଦେଶକଙ୍କ ମଧ୍ୟରୁ ଉପସଭାପତି, ସଂପାଦକ, କୋଷାଧ୍ୟକ୍ଷ ସମେତ ଅନ୍ୟାନ୍ୟ ପଦବୀ ଲାଗି କର୍ମକର୍ତ୍ତା ଚୟନ କରାଯିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ