ଏଫଏମ କଲେଜରେ ଜାତୀୟ ସମ୍ପାନ

ବାଲେଶ୍ୱର, (ସରୋଜ ପଣ୍ଡା):ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ବିଭାଗର ମିଳିତ ସହଯୋଗରେ ‘ଏପ୍ଲିକେସନ ଅଫ୍ ମ୍ୟାଟେରିଆଲ ସାଇନ୍ସ ଇନ୍ ଏମର୍ଜିଂ ଫିଲ୍ଡ’ ଶୀର୍ଷକ ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଅଛି । ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ସନ୍ତୋଷ କୁମାର ତ୍ରିପାଠୀ ଏହାକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ରସାୟନ ତତ୍ତ୍ୱବିତ ଡ. ସୁରେନ୍ଦ୍ର ନାଥ ମହାନ୍ତି ଯୋଗ ଦେଇଥିଲେ । ଆବାହକ ରସାୟନ ବିଭାଗ ମୁଖ୍ୟ ବିଭୁଦତ୍ତ ବେହେରା ଥିଲାବେଳେ କାର୍ଯ୍ୟକାରୀ ସମ୍ପାଦକ ଥିଲେ ସମୀର କୁମାର ବେହେରା, ସୁଶାନ୍ତ କୁମାର ବାଘ ଓ ଡ. ବଳଦେବ ଆସ୍ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ସେହିପରି ଦ୍ୱିତୀୟ ଦିବସରେ ଅଧ୍ୟକ୍ଷ ପ୍ରଫେସର୍ ଦିଲ୍ଲୀପ କୁମାର ଘୋଷ ଅଧ୍ୟକ୍ଷତା କରିଥିବା ବେଳେ ମୌସୁମୀ ଦାସ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ‘ଭିଏସଏସୟୁଟି’ର ପ୍ରଫେସର୍ ଗଣେଶ୍ୱର ନାଥ, କିଟ୍‌ର ରସାୟନ ପ୍ରଯୁକ୍ତି ବିଦ୍ୟା ବିଭାଗ ଡିନ ଡ. ସୁରଜ୍ କୁମାର ତ୍ରିପାଠୀ ଦେଇଥିଲେ ଭି ଏସ ଏସ ୟୁ ଟି ର ପ୍ରଫେସର୍ ଗଣେଶ୍ୱର ନାଥ, କିଟ୍ ର ରସାୟନ ପ୍ରଯୁକ୍ତିବିଦ୍ୟା ବିଭାଗର ଡିନ ଡ. ସୁରଜ୍ କୁମାର ତ୍ରିପାଠୀ, ଭାରତୀୟ ରବର୍ ଅନୁଷ୍ଠାନର ସହକାରୀ ନିର୍ଦ୍ଦେଶକ ସୁଚିଶ୍ମିତା ସାହୁ, ଏଫ୍ ବର୍ଗ ବୈଜ୍ଞାନିକ ଡ. ସୁକାନ୍ତ ଦାସ ଏବଂ ଆଇଏମ୍‌ଏମ.ଟି ର ଅଧ୍ୟକ୍ଷ ଡ. ମନୀଷ କୁମାର, ବରିଷ୍ଠ ବୈଜ୍ଞାନିକ ଡ. କେଯେ ଶଙ୍କରନ, ଈଂ. ଆର ସତୀଶ ଓ ସନ୍ତୋଷ ଦେବ୍ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ବିଭାଗର ଅଧ୍ୟାପିକା, ଅଧ୍ୟାପକଙ୍କ ସହ ଭିନ୍ନ ଭିନ୍ନ ସ୍ଥାନରୁ ଛାତ୍ର ଛାତ୍ରୀ ଓ ଗବେଷକମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ