ଏବେ ବି ଦୁର୍ଗାମାଞ୍ଚଳ ଲୋକଙ୍କ ଚେଙ୍ଗ ଓ ଗୁଣିଗାରେଡି ଉପରେ ବିଶ୍ୱାସ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବିଜ୍ଞାନ ଯୁଗରେ ପୁଣି ପେଟରେ ଚେଙ୍ଗ ଦେଇ ଆରୋଗ୍ୟ ଲାଭ କରିବା ଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେଉଛନ୍ତି ଦୁର୍ଗମ ଆଦିବାସୀ ଅଞ୍ଚଳର ଲୋକେ । ଆଦିବାସୀ ଗାଁ ମାନଙ୍କରେ ସ୍ୱାସ୍ଥ୍ୟ ବିଭାଗ ଓ ସରକାରୀ କଳର ସଚେତନତାର ଅଭାବ ହେତୁ ପେଟ ବ୍ୟଥା ଭଳି ବେଦନାରୁ ସୁସ୍ଥ ହୋଇ ଆରୋଗ୍ୟ ଲାଭ କରିବା ପାଇଁ ପେଟରେ ଚେଙ୍କ ଦିଆଯାଉଥିବା ଦେଖିବାକୁ ମିଳିଛି I ଏପରି ଦୁଃଖଦ ଘଟଣା ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଅଧିନ ଅଟାଗଣ୍ଡା ଗ୍ରାମରେ।ସୂଚନାଯୋଗ୍ୟ ଗୁଞ୍ଜିପାଟାଙ୍ଗ ମଳିକଙ୍କ ପେଟରେ ଦିଆଯାଇଛି ଚେଙ୍ଗ I କିଛି ଦିନ ତଳେ ଗୁଞ୍ଜିପାଟାଙ୍ଗଙ୍କ ପେଟ ବ୍ୟଥା ହେବାରୁ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ସ୍ଵାସ୍ଥ୍ୟକେନ୍ଦ୍ରକୁ ଯାଇ ନ ପାରି ଆରୋଗ୍ୟ ଲାଭ କରି ସୁସ୍ଥ ହେବା ସକାଶେ ପେଟରେ ଚେଙ୍ଗ ଦେଇଛନ୍ତି I ସେ ଆରୋଗ୍ୟ ଲାଭ କରିବା ପରିବର୍ତ୍ତେ ପେଟରେ ଚେଙ୍ଗ ଦେବା ଦ୍ଵାରା ଆଘାତ ଲାଗି ବହୁ ସ୍ଥାନରେ ଚିହ୍ନ ହେବା ସହିତ ପେଟର ଚମଡା ମୁଦା ହୋଇ ରହିବା ଫଳରେ ଯନ୍ତ୍ରଣାରେ କଲବଲ ହୋଇ ଜୀବନ ବିତାଉଛନ୍ତି I ବିଶେଷ କରି ଏହି ପରି ପେଟ ବ୍ୟଥା ବେଦନାରୁ ଆରୋଗ୍ୟ ଲାଭ ପାଇଁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ନ ହୋଇ ଦୁର୍ଗମ ଆଦିବାସୀ ବହୁଳ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସଚେତନତା ସୃଷ୍ଟି କରିବା ଓ ଚେଙ୍ଗ ଏବଂ ଗୁଣିଗାରୁଡି ଭଳି କୁସଂସ୍କାରକୁ ଦୂର କରିବା ପ୍ରଶାସନ ପାଇଁ ଜରୁରି ଅଟେ। ଗୁରୁତର ଥିବା ଗୁଞ୍ଜି ପାଟାଙ୍ଗ ମଳିକଙ୍କୁ ସରକାରୀ ସହାୟତାରେ ଚିକିତ୍ସା କରାଇବାକୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ