ଏଲଏସିରେ ଭାରତର ରାତ୍ରୀକାଳିନ ପାଟ୍ରୋଲିଂ

ନୂଆଦିଲ୍ଲୀ: ଏଲଏସିରେ ନଜର ରଖିବାକୁ ଭାରତୀୟ ବାୟୁସେନା ରାତ୍ରିକାଳୀନ ପାଟ୍ରୋଲିଂ କରୁଛି। ଗଲ୍‌ୱାନ୍ ଉପତ୍ୟକା ସଂଘର୍ଷ ପରେ ଭାରତ-ଚୀନ୍ ସୀମାନ୍ତ ନିକଟରେ ଥିବା ଘାଟିମାନଙ୍କରେ ଭାରତୀୟ ବାୟୁସେନାର ମିଗ୍-୨୯ ଲଢୁଆ ବିମାନ ଏବଂ ଆପାଚି ଆଟାକ୍‌ ହେଲିକାପ୍ଟର୍ ରାତ୍ରୀକାଳୀନ ପାଟ୍ରୋଲିଙ୍ଗ୍ କରୁଛି। ଭାରତ-ଚୀନ୍ ସୀମାନ୍ତ ନିକଟସ୍ଥ ଏକ ଫର୍‌ୱାର୍ଡ ଏୟାର୍‌ ବେସ୍ ନିକଟରେ ଗ୍ରୁପ୍ କ୍ୟାପ୍‌ଟେନ୍ ତଥା ବରିଷ୍ଠ ପାଇଲଟ୍ ଏ ରଥୀ କହିଛନ୍ତି, ରାତ୍ରକାଳୀନ ଅଭିଯାନ ସର୍‌ପ୍ରାଇଜ୍‌ର ଗୋଟିଏ ସହଜାତ ଉପାଦାନ। ଆଧୁନିକ ପ୍ଲାଟ୍‌ଫର୍ମ ଏବଂ ପ୍ରେରିତ କର୍ମଚାରୀଙ୍କ ସହାୟତାରେ ଯେକୌଣସି ପରିବେଶରେ ସବୁ ପ୍ରକାର ଅଭିଯାନ ଚଳାଇବା ପାଇଁ ଭାରତୀୟ ବାୟୁସେନା ପୂର୍ଣ୍ଣରୂପେ ତାଲିମ ପାଇଛି। ଜୁନ୍‌ ୧୫ ତାରିଖ ରାତିରେ ଦୁଇ ଦେଶର ସୈନିକମାନଙ୍କ ମଧ୍ୟରେ ସଂଘର୍ଷ ତୁମୁଳ ହୋଇ ଭାରତର ଅନ୍ୟୂନ ୨୦ଜଣ ଯବାନ ସହିଦ ହେବା ପରଠାରୁ ବାୟୁସେନାର ମିଗ୍-୨୯ ଲଢୁଆ ବିମାନ ଏବଂ ଆପାଚି ଆଟାକ୍ ହେଲିକପ୍ଟର୍ ସେଠାରେ ପାଟ୍ରୋଲିଙ୍ଗ୍ ଚଳାଇଛନ୍ତି। ଏହାଛଡ଼ା ଲେହ ଓ ଶ୍ରୀନଗର ଠାରେ ଥିବା କେତେକ ପ୍ରମୁଖ ବିମାନ ଘାଟିକୁ ବାୟୁସେନା ଉଲ୍ଲେଖଯୋଗ୍ୟ ସଂଖ୍ୟକ ସୁଖୋଇ ୩୦ ଏମ୍‌କେଆଇ, ଜାଗୁଆର, ମିରେଜ୍ ୨୦୦୦ ଭଳି ଯୁଦ୍ଧ ବିମାନ ପଠାଇ ସାରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ