ଏସ୍ଏମ୍ଏଫ୍ଜି ଇଣ୍ଡିଆ କ୍ରେଡିଟ୍ର ଗିନିଜ୍ ବିଶ୍ୱ ରେକର୍ଡ ସ୍ଥାପନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଏସ୍ଏମ୍ଏଫ୍ଜି ଇଣ୍ଡିଆ କ୍ରେଡିଟ୍ ପକ୍ଷରୁ ଭାରତର ୬ଟି ସ୍ଥାନରେ ୬୧୭ ଅଂଶଗ୍ରହଣକାରୀଙ୍କୁ ନେଇ ଆୟୋଜନ କରାଯାଇଥିବା ସର୍ବବୃହତ୍ ପଶୁ କଲ୍ୟାଣ ଅଭିଯାନ ପାଇଁ ଗିଜିନ୍ ବିଶ୍ୱ ରେକର୍ଡରେ ସ୍ଥାନ ପାଇ ଇତିହାସ ସୃଷ୍ଟି କରିଛି । ଗ୍ରାମୀଣ ଚାଷୀ ଓ ପଶୁଙ୍କ କଲ୍ୟାଣରେ ଉନ୍ନତି ଆଣିବା ପାଇଁ କମ୍ପାନିର ଏକ ପ୍ରମୁଖ ସିଏସ୍ଆର୍ ଅଭିଯାନ ହେଉଛି ପଶୁ ବିକାଶ ଦିବସର ସପ୍ତମ ସଂସ୍କରଣ ।ଏସ୍ଏମ୍ଏଫ୍ଜି ଇଣ୍ଡିଆ କ୍ରେଡିଟ୍ ପକ୍ଷରୁ “ମେରା ପଶୁ ମେରା ପରିବାର” ବିଷୟବସ୍ତୁ ଅନୁଯାୟୀ ଚାଷୀ ଓ ପଶୁ ସମ୍ପଦ ମଧ୍ୟରେ ଆବେଗିକ ସମ୍ପର୍କକୁ ସୁଦୃଢ଼ କରି ଗ୍ରାମୀଣ ସମୁଦାୟକୁ ସମୃଦ୍ଧ କରିବା ଜାରି ରଖିଛି । କମ୍ପାନି ବୁଝିଛି ଯେ ପଶୁ ସମ୍ପଦ ସେମାନଙ୍କ ପାଇଁ ସଂପତିଠାରୁ ଅଧିକ ପରିବାର ସଦସ୍ୟ ପରି ଅଟନ୍ତି । ପଶୁ ବିକାଶ ଦିବସର ସପ୍ତମ ସଂସ୍କରଣରେ ଏହାକୁ ୧୬ଟି ରାଜ୍ୟର ୫୦୦ରୁ ଅଧିକ ସ୍ଥାନକୁ ସମ୍ପ୍ରସାରଣ କରାଯାଇଛି, ଯେଉଁଥିରେ ୧.୫ ନିୟୁତ ପଶୁ ଓ ୩୦ ହଜାର ଲୋକଙ୍କ ପାଖରେ ପହଂଚିଛି । ଗତ ସଂସ୍କରଣରେ କମ୍ପାନି ୧.୫ ନିୟୁତ ହିତାଧିକାରୀଙ୍କ ପାଖରେ ପହଂଚିଥିଲା । ବାର୍ଷିକ ପଶୁ ବିକାଶ ଦିବସର ୬୦୦୦ରୁ ଅଧିକ କର୍ମଚାରୀ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିଥିଲେ । ଏସଏମଏଫଜି ଇଣ୍ଡିଆ କ୍ରେଡିଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଶାନ୍ତନୁ ମିତ୍ର କହିଛନ୍ତି ଯେ, “ଏସଏମଏଫଜି ଇଣ୍ଡିଆ କ୍ରେଡିଟରେ ଆମେ ଏକ ଅର୍ଥପୂର୍ଣ୍ଣ ପ୍ରଭାବ ସୃଷ୍ଟି କରୁଥିବା ସାମାଜିକ ପଦକ୍ଷେପଗୁଡ଼ିକୁ ସମର୍ଥନ କରିବା ପାଇଁ ଆମର ପ୍ରତିବଦ୍ଧତାରେ ଅଟଳ ରହିଛୁ । ୧୦୦ରୁ ଅଧିକ ଶାଖାର ଶକ୍ତିଶାଳୀ ସର୍ବଭାରତୀୟ ଉପସ୍ଥିତି ସହିତ ଆମର ପ୍ରାଥମିକତା ଦ୍ୱିତୀୟ ଶ୍ରେଣୀୟ ସହର ଉପରେ ରହିଛି । ଆମର ପ୍ରାୟ ୯୦% ଶାଖା ଏହି ଅଂଚଳଗୁଡିକରେ ରଣନୈତିକ ଭାବରେ ଅବସ୍ଥାପିତ ହୋଇଛି । ବାସ୍ତବରେ ଗତ ଦୁଇ ବର୍ଷ ମଧ୍ୟରେ ଆମେ ପ୍ରାୟ ୩୦୦ ଶାଖା ଯୋଡ଼ିଛୁ ଯାହା ଦ୍ୱିତୀୟ ଶ୍ରେଣୀୟ ସହର ଭୌଗୋଳିକ କ୍ଷେତ୍ରରେ ଅବସ୍ଥିତ । ଆମର ଲକ୍ଷ୍ୟ ହେଉଛି ସଠିକ୍ ଉତ୍ପାଦ ଏବଂ ଆର୍ôଥକ ସମାଧାନ ପ୍ରଦାନ କରି ଆର୍ôଥକ ଅନ୍ତର୍ଭୁକ୍ତୀକରଣକୁ ତ୍ୱରାନ୍ୱିତ କରିବା ଯାହା ଆମକୁ ଗୋଷ୍ଠୀମାନଙ୍କୁ ସେମାନଙ୍କ ଜୀବନ ଚକ୍ରର ପ୍ରତ୍ୟେକ ପର୍ଯ୍ୟାୟରେ ସେବା କରିବାକୁ ସକ୍ଷମ କରିବ ।ଏକାଧିକ ସ୍ଥାନରେ ସର୍ବବୃହତ ପଶୁ କଲ୍ୟାଣ ଶିକ୍ଷା ପାଇଁ ଗିନିଜ୍ ବିଶ୍ୱ ରେକର୍ଡ ହାସଲ କରିବାରେ ଉଲ୍ଲେଖନୀୟ ପ୍ରତିବଦ୍ଧତା ଏବଂ କଠିନ ପରିଶ୍ରମ ପାଇଁ ମୁଁ ଆମର ପ୍ରତ୍ୟେକ ସମର୍ପିତ କର୍ମଚାରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ଏହା ବାସ୍ତବରେ ଆନନ୍ଦଦାୟକ, କାରଣ ଚଳିତ ବର୍ଷର ପଶୁ ବିକାଶ ଦିବସ କେବଳ ପଶୁ ଯତ୍ନ କ୍ଷେତ୍ରରେ ଆଶାକୁ ଅତିକ୍ରମ କରିବା ସହ ଭାରତର ଏକାଧିକ ସ୍ଥାନରେ ସ୍ୱତନ୍ତ୍ର ଜ୍ଞାନ ଅଧିବେଶନ ମଧ୍ୟ ଆରମ୍ଭ କରିଛି ଯାହା ଆମକୁ ଗିନିଜ୍ ବିଶ୍ୱ ରେକର୍ଡରେ ପରିଣତ କରିଛି ।”ଏସଏମଏଫଜି ଇଣ୍ଡିଆ କ୍ରେଡିଟର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ସ୍ୱାମୀନାଥନ ସୁବ୍ରମଣ୍ୟମ କହିଛନ୍ତି ଯେ, “ଏକାଧିକ ସ୍ଥାନରେ ସର୍ବବୃହତ ପଶୁ କଲ୍ୟାଣ ଶିକ୍ଷା ପାଇଁ ଗିନିଜ୍ ବିଶ୍ୱ ରେକର୍ଡ ହାସଲ କରିବାରେ ଅସାଧାରଣ ନିଷ୍ଠା ଏବଂ କଠିନ ପରିଶ୍ରମ ପାଇଁ ମୁଁ ସମଗ୍ର ଦଳକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ପିଭିଡିର ସଫଳତା କେବଳ ଏକ ରେକର୍ଡ ସ୍ଥାପନ କରିବା ଠାରୁ ଅଧିକ, ଯାହା ଏହା ଗ୍ରାମୀଣ ସମୁଦାୟରେ ସକାରାତ୍ମକ, ସ୍ଥାୟୀ ପରିବର୍ତନ ସୃଷ୍ଟି କରିବା ପାଇଁ ଆମର ମିଳିତ ପ୍ରତିବଦ୍ଧତାକୁ ଦର୍ଶାଉଛି ।”


