ଓଡ଼ିଶାର କେଉଁ ସ୍ଥାନରେ ବି ହେବନି ରଥଯାତ୍ରା: ସୁପ୍ରିମକୋର୍ଟ

ଭୁବନେଶ୍ୱର: ଚଳିତ ବର୍ଷ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏ ବର୍ଷ ପାଇଁ ରଥଯାତ୍ରାକୁ ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି । ଏ ବର୍ଷ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରମିକୋର୍ଟ କହିଛନ୍ତି । ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ପାଇଁ ରଥଯାତ୍ରାକୁ ବନ୍ଦ ରଖାଯାଇଥିବା ସୁପ୍ରମିକୋର୍ଟ କହିଛନ୍ତି । ତେବେ କେବଳ ପୁରୀ ନୁହେଁ ଓଡ଼ିଶାର କେଉଁ ସ୍ଥାନରେ ବି ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ରଥଯାତ୍ରା ପାଇଁ ଅନୁମତି ଦେଲେ ପ୍ରଭୁ ହିଁ ନିଜେ କ୍ଷମା କରିବେନି ବୋଲି କହିଛନ୍ତି ମୁଖ୍ୟ ବିଚାରପତି । ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଏସଏ ବୋବଡେ, ଜଷ୍ଟିସ ଏଏସ ବୋପନ୍ନା ଓ ଜଷ୍ଟିସ ହୃଷିକେଶ ରାୟଙ୍କ ତିନିଜଣିଆ ଖଣ୍ଡପୀଠ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଶୁଣାଣି କରିଛନ୍ତି । କରୋନା ପାଇଁ ଜୁନ ୨୩ରେ ହେବାକୁ ଥିବା ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ରହିବ । ଜୋରସୋରରେ ରଥ ନିର୍ମାଣ ଚାଲିଥିବା ବେଳେ ଏପରି ନିଷ୍ପତ୍ତି ଶ୍ରଦ୍ଧାଳୁଙ୍କୁ ଭାବାବେଗକୁ ଗଭୀର ଆଘାତ ଦେଇଛି । ଚଳିତ ବର୍ଷ ହେବନାହିଁ ରଥଯାତ୍ରା । ବଡ଼ଦାଣ୍ଡରେ ଗଡ଼ିବନି ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ । ଦୀର୍ଘଦିନର ବ୍ୟବଧାନ ପରେ ସାଢେ଼ ୪ କୋଟି ଓଡ଼ିଆ ରଥଯାତ୍ରା ଦେଖିବାରୁ ବଂଚିତ ହେବେ । ରଥଯାତ୍ରା ନେଇ ଯେଉଁ ଟିକକ ଆଶା ଥିଲା ତାହା ଆଜି ସୁପ୍ରିମକୋର୍ଟଙ୍କ ରାୟ ପରେ ସମ୍ପୂର୍ଣ୍ଣ ମଉଳି ଯାଇଛି । ଚଳିତ ବର୍ଷ ପୁରୀରେ ରଥଯାତ୍ରା ହେବନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ରଥଯାତ୍ରାକୁ ନେଇ ଉଭୟ ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ସୂଚନାଯୋଗ୍ୟଯେ, କରୋନା ପାଇଁ ରଥଯାତ୍ରାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା । ହେବ ନା ହେବନିର ଦୋଛକିରେ ପ୍ରଶାସନ ଠାରୁ ସରକାର ରହିଥିଲେ । ତେବେ କାଳେ କରୋନାର ପ୍ରକୋପ କମିବ ଓ ରଥଯାତ୍ରା ହୋଇପାରିବ ସେନେଇ ଅନେକଙ୍କ ମନରେ ଆଶା ଥିଲା । ଯେଉଁଥିପାଇଁ ବିଳମ୍ବରେ ହେଲେ ମଧ୍ୟ ରଥ ନିର୍ମାଣ ଆରମ୍ଭ ହୋଇଥିଲା । ଇତିମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇସାରିଛି । ସେବାୟତମାନେ ମଧ୍ୟ ନିଜେ ରଥ ଟାଣିବେ ବୋଲି ଦମ୍ଭୋକ୍ତି କରିଥିଲେ । ରଥଯାତ୍ରା କରିବାକୁ ପ୍ରଶାସନ ଓ ସରକାରଙ୍କ ଉପରେ ବାରମ୍ବାର ଚାପ ପକାଇ ଆସୁଥିଲେ । ତେବେ ସବୁ ପ୍ରତୀକ୍ଷାର ଅନ୍ତ ଘଟିସାରିଛି । ସୁପ୍ରିମକୋର୍ଟଙ୍କ ରାୟ ପରେ ଏବର୍ଷ ରଥଯାତ୍ରା ହେବନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି । ଫଳରେ କୋଟି କୋଟି ଓଡ଼ିଆଙ୍କ ମନରେ ନୈରାଶ୍ୟ ଖେଳିଯାଇଛି ।
ବହୁ ନାମକରା ଓକିଲ ରଥ ମାମଲା ଲଢୁଥିଲେ । ସୁପ୍ରିମକୋର୍ଟର ବହୁ ଜଣାଶୁଣା ଓକିଲ ମାମଲାରେ ଲଢୁଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ହରିଶ ସାଲଭେ ଲଢୁଥିବାବେଳେ ଓଡ଼ିଶା ବିକାଶ ପରିଷଦ ପାଇଁ ମୁକୁଲ ରୋହତଗି ଲଢୁଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିଲେ ଏସଜି ତୁଷାର ମେହେଟ୍ଟା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ