ସ୍ୱେଚ୍ଛାକୃତ ରକ୍ତଦାନ ଶିବର

ଆସିକା (ୱାଇଏନ୍‍ଏସ୍‍) : ସ୍ଥାନୀୟ ଶାନ୍ତିଶକ୍ତି ଭବନ ବ୍ରହ୍ମାକୁମାରୀ ମାର୍ଗ ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଗହଙ୍ଗୁ ଉପସେବା କେନ୍ଦ୍ର ପରିସରରେ ଶନିବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ରର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀଙ୍କ ସଂଯୋଜନାରେ ଗହଙ୍ଗୁ ଓମ୍‍ ଶାନ୍ତି ଭବନରେ ଅନୁଷ୍ଠିତ ହୋଇଥିବା ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗଦେଇ ରକ୍ତଦାନ ଶିବିର ଆୟୋଜନର ଲକ୍ଷ୍ୟ, ଆଭିମୁଖ୍ୟ, ତାତ୍ପର୍ଯ୍ୟ ଏବଂ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଲେ ଯେ, ଶୁଖିଲା ମୁହଁରେ ହସ ଭରି ଅନ୍ୟକୁ ବଞ୍ଚାଇବା ପାଇଁ ରକ୍ତଦାନ କରିବାକୁ ଆହ୍ୱାନ କରିବା ସହ ଏହି ରକ୍ତଦାନ ମଣିଷର ଜୀବନକୁ ଧନ୍ୟ କରେ ଓ ତାର ପ୍ରାଣକୁ ପୂଣ୍ୟତାରେ ଭରିଥାଏ ବୋଲି ପ୍ରକାଶ କରି ଆୟୋଜକଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ରକ୍ତଦାନ ଶିବିରର ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ଗହଙ୍ଗୁ ଗ୍ରାମ ପଞ୍ଚାୟତ ସରପଞ୍ଚ ମନୋଜ କୁମାର ପରିଡା, ସମାଜସେବୀ ପ୍ରଦୀପ କୁମାର ଜେନା, ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଦୁର୍ଗାପ୍ରସାଦ ପଣ୍ଡା, ଗହଙ୍ଗୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ୍‍ ଡାକ୍ତର ମନୋଜ କୁମାର ସ୍ୱାଇଁ, ବ୍ରହ୍ମପୁର ବଡମେଡିକାଲ୍‍ ରକ୍ତଭଣ୍ଡାରର ଡାକ୍ତର ପୁନମ୍‍ ବେହେରା ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା । ଏହି ରକ୍ତଦାନ ଶିବିରରେ ଗହଙ୍ଗୁ ଗ୍ରାମ ତଥା ଏହାର ଆଖପାଖ ଅଞ୍ଚଳର ବହୁ ଯୁବପିଢୀ, ସଚେତନ ନାଗରିକ ଆଗ୍ରହର ସହକାରେ ରକ୍ତଦାନ କରିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ୧୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ବେଳେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସପିଟାଲ ବ୍ରହ୍ମପୁର ରକ୍ତଭଣ୍ଡାରର କର୍ମଚାରୀମାନେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆସିକା ଶାନ୍ତିଶକ୍ତି ଭବନର ବ୍ରହ୍ମାକୁମାର ସତ୍ୟପ୍ରିୟ, ବୁଲୁ, ସୁଦର୍ଶନ, ରାଧାଶ୍ୟାମ, ବ୍ରହ୍ମାକୁମାରୀ ସ୍ମିତା, ଲୀଳା, ଆସିନା, ପ୍ରଭାତୀ, ଲକ୍ଷ୍ମଣ ପ୍ରମୁଖ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ପରିଚାଳନା କରିବା ଦିଗରେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସାଙ୍ଗକୁ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ତତ୍କାଳୀନ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଦାଦୀ ପ୍ରକାଶମଣିଜୀଙ୍କ ପୂଣ୍ୟ ତିଥି ଅବସରରେ ସର୍ବଭାରତୀୟ ସ୍ତରରେ ରକ୍ତଦାନ ଶିବିର ଆୟୋଜନ କରାଯାଉଛି ବୋଲି ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ