ଓଡିଆ ଅଧ୍ୟାପକ ସଙ୍ଗୋଷ୍ଠୀ ଓ ଖଲ୍ଲିକୋଟ କଲେଜ ଓଡିଆ ବିଭାଗ ମିଳିତ ସହେଯାଗରେ ଜାତୀୟ ଆଲୋଚନା ଚକ୍ର

ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) ଓଡିଆ ଅଧ୍ୟାପକ ସଙ୍ଗୋଷ୍ଠୀ ଓ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡିଆ ବିଭାଗ ତରଫରୁ “ଶ୍ରେଣୀକକ୍ଷରେ ଓଡିଆ ଶିକ୍ଷାଦାନରେ ଆଧୁନିକ ପଦ୍ଧତି ଓ କୌଶଳ ” ସମ୍ପର୍କରେ ଏକ ଜାତୀୟ ଆଲୋଚନା ଚକ୍ର ଓଡିଆ ବିଭାଗ ମୁଖ୍ୟ ଶ୍ରୀମତି ଉତ୍ତମା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ପ୍ରଶାନ୍ତ କୁମାର ଶତପଥୀ ଏହି ଉତ୍ସବର ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗଦେଇ , ସାଂପ୍ରତିକ ଯୁଗରେ ସୁଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରଭାବରେ ଓଡିଆଭାଷାର କିଭଳି ଉନ୍ନତ୍ତି କରାଯାଇପାରିବ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ପ୍ରଥମ ଅଧିବେସନରେ ଅଧ୍ୟାପକ ସିଦ୍ଧାର୍ଥ ଶଙ୍କର ପାଢୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଡଃ. ଇିଦ୍ୟୁତ ପ୍ରଭା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେସନରେ ଭତ୍ତିପ୍ରବନ୍ଧ ଉପସ୍ଥାପିତ କରିଥିଲେ ଡଃ. ଓଞ୍ଜୟ କୁମାର ବାଗ୍ । ତୃତୀୟ ଅଧିବେସନରେ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ସଭାପତିତ୍ୱ କରିଥିବାବେଳେ ପ୍ରବନ୍ଧ ଉପସ୍ଥାପନା କରିଥିଲେ ଡଃ.ଶରତ କୁମାର ଜେନା ଓ ଡଃ. ପ୍ରକାଶ କୁମାର ସେନାପତି । ଏହି ଅଧିବେସନରେ ମଧ୍ୟ ଓଡିଆ ଭାଷାକୁ କିଭଳି ଆଧୁନିକ ପଦ୍ଧତି ମାଧ୍ୟମରେ ଶିକ୍ଷାଦାନ କରାଯାଇପାରିବ ସେନେଇ ଆଲୋଚନା କରାଯାଇଥିଲା । ଏଥିରେ ଡଃ. କୂଳମଣି ଓଝା, ଡଃ. ହୃଷିକେଶ ପଣ୍ଡା, ଡଃ. ବିଜୟ କୁମାର ତ୍ରିପାଠୀ, ଡଃ. ରମେଶ ପ୍ରଧାନ, ଡଃ.ରାଜେନ୍ଦ୍ର କୁମାର ତ୍ରିପାଠୀ, ପ୍ରମୁଖ ଅଧ୍ୟାପକମାନେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ