ଓଡିଆ ଉପନ୍ୟାସରେ ପଲ୍ଲୀପ୍ରାଣତା ଶୀର୍ଷକ ପାଠଚକ୍ର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପୋରିସରରେ ସ୍ନାତକୋତର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ “ଓଡିଆ ଉପନ୍ୟାସର ପଲ୍ଲୀପ୍ରାଣତା” ଶୀର୍ଷକଏକ ଆଲୋଚନା ଚକ୍ର ବିଭାଗୀୟ ମୁଖ୍ୟ ଡ. ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଆଲୋଚକ ଭାବେ ନୂଆପଡା ଠାରେ ଥିବା ନ୍ୟାସନାଲ କଲେଜ ଓଡିଆ ବିଭାଗର ଅଧ୍ୟାପକ ଡ. ଶିବ ପ୍ରସାଦ ସା ଯୋଗଦେଇ ସାମାଜିକ ଅଭିବୃଦ୍ଧି ଦିଗରେ ପଲ୍ଲୀ ଜୀବନର ଚେତନା ତଥା ଓଡିଆ ଉପନ୍ୟାସରେ ପ୍ରତିଫଳିତ ପଲ୍ଲିପ୍ରାଣତା ସମ୍ପର୍କରେ ସବିଶେ, ଆଲୋଚନା କରିଥିଲେ । ବିଭାଗର ଅନ୍ୟତମ ଅଧ୍ୟାପକ ଡ. ଚନ୍ଦ୍ରଶେଖର ଦାସ ସ୍ୱାଧୀନତା ପୂର୍ବବର୍ତ୍ତୀ ଓ ପରବର୍ତ୍‌ୀ ସମୟର ପଲ୍ଲୀପ୍ରାଣତାର ଏ ତୁଳନାତ୍ମକ ଅଧ୍ୟୟନ କରିଥିଲେ । ସ୍ନାତକୋତରର ପ୍ରଥମ ବର୍ଷର ଛାତ୍ରୀ କୁମାରୀ ପ୍ରିୟା ପ୍ରଧାନ ଭିତ୍ତିପ୍ରବନ୍ଧ ପାଠ କରିଥିଲେ । ସଭାପତି ଶ୍ରୀ ତ୍ରିପାଠୀ ଅଭିଭାଷଣରେ ଉପନ୍ୟାସ ସାହିତ୍ୟରେ ପଲ୍ଲୀର ଚେତନା ତଥା ତାହାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥି ଅଧ୍ୟାପକ ଅର୍ଜୁନ ଜେନା, ରାମକୃଷ୍ଣ ପଟ୍ଟନାୟକ, ପୂଜାରାଣୀ ଦାସ, ଲକ୍ଷ୍ମୀ ମହାଙ୍କୁଡ ପ୍ରମୁଖ ଆଲୋଚନା ଚକ୍ରରେ ଭାଗ ନେଇଥିଲେ । ଅଧ୍ୟାପକ ଡ. ଚନ୍ଦ୍ରଶେଖର ଦାସ ସ୍ୱାଗତ ଭାଷଣ ପ୍ରଦ।।ନ କରିଥିବା ବେଳେ ଅଧ୍ୟାପକ ଅର୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସ୍ନାତକୋତର ଛାତ୍ରଛାତ୍ରୀମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ