ବାଡି ଅଗଣାରେ ବତକ ଚାଷ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଗଜପତି ପକ୍ଷରୁ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ବାଡି ଅଗଣାରେ ବତକ ପାଳନ ଯୋଜନାର ଶୁଭାରମ୍ଭ ହୋଇଯାଇଛି । ଡ. ବିରେନ୍ଦ୍ର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରେ ରହିଥିବା ୭ଗୋଟି ମହିଳା ସଂଘର ଜଣେ ଜଣେ ସଦସ୍ୟଙ୍କୁ ୫୦ ଗୋଟି ବତକ ହିସାବ ରେ ସମୁଦାୟ ୩୫୦ଟି ବତକ ଦିଆଯାଇଥିଲା । ଗତ ଜାନୁୟାରୀ ମାସରେ ଜଣେ ସଦସ୍ୟଙ୍କୁ ବତକର ଗୃହ ନିର୍ମାଣ ପାଇଁ ସେମାନଙ୍କର ବ୍ୟାଙ୍କ ଖାତାକୁ ଜିଲ୍ଲା ଅଧିକାରୀଙ୍କ ପକ୍ଷରୁ ୧ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହି ନୂତନ ଯୋଜନା ଦ୍ୱାରା ମହିଳାମାନେ ଅର୍ଥ ରୋଜଗାର ପାଇଁ କାହା ଉପରେ ନିର୍ଭର ନକରି ନିଜେ ସ୍ଵାବଲମ୍ବୀ ହୋଇପାରିବେ ଏବଂ ସେମାନଙ୍କୁ ପ୍ରଶାସନ ତରଫରୁ ଆଗାମୀ ଦିନରେ ଆହୁରି ସହାୟତା ଯୋଗାଇ ଦିଆଯିବ ବୋଲି ଡ. ପଣ୍ଡା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସକାଳ ସଂସ୍ଥାର ସଂଯୋଜକ ସନ୍ତୋଷ ଗୌଡ଼, ସନ୍ତୋଷ ସାହୁ ଓ ଚିକିତ୍ସାଳୟର କର୍ମଚାରୀ ରମେଶ ଚନ୍ଦ୍ର ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ ।


