ଓଡିଶାର ମୁଖ୍ୟଶାସନ ସଚିବ ହେଲେ ଅସିତ୍ ତ୍ରିପାଠୀ

(ଯୁଗାବ୍ଦ ନ୍ୟୁଜ)ଶେଷରେ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ପରେ ଅସିତ୍ ତ୍ରିପାଠୀ ହେଲେରାଜ୍ୟ ମୁଖ୍ୟ ଶାସନ ସଚିବ । ସ୍ୱାଧିନତା ଦିବସ ଅବସରରେ ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଆଇଏଏସସ୍ତରରେ ଅଦଳବଦଳ ହୋଇଛି । ଅସିତ ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଗତକାଲି ମୁଖ୍ୟ ଶାସନ ସଚିବ ପଦରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ଆଦିତ୍ୟ ପ୍ରସାଦ ପାଢ଼ୀ । ରାଜ୍ୟପାଳଙ୍କ ଅନୁମୋଦନ ପରେ ଆଦିତ୍ୟ ପାଢ଼ୀ ରାଜ୍ୟ ନିର୍ବାଚନ ଅଧିକାରୀଭାବେ ନିଯୁକ୍ତ ହେବାପରେ ରାଜ୍ୟ ସରକାର ଅସିତ ତ୍ରିପାଠୀଙ୍କୁ ଏହି ଦାୟିତ୍ବ ଦେଇଥିବା ସୂଚନା ମିଳିଛି । ତେବେ ୧୯୮୬ ବ୍ୟାଚର ଏହି ଆଇଏସ ଅଫିସର୍ ବର୍ତ୍ତମାନ ରାଜ୍ୟସରକାରଙ୍କ ଗୃହ ବିଭାଗର ପ୍ରମୁଖ ଶାସନ ସଚିବ, ଉନ୍ନୟନ କମିଶନ ଏବଂ କେବିକେ ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଅଛନ୍ତି । ଠିକ୍ ସେହିପରି ସୁରେଶ ମହାପାତ୍ରଙ୍କୁ ନୂତନ ଉନ୍ନୟନ କମିସନର ଏବଂ ପ୍ରଦୀପ୍ତ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିସନରଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ