ଶ୍ରୀନଗରରେ ଉଡିଲା ତ୍ରିରଙ୍ଗା

(ଯୁଗାବ୍ଦ ନ୍ୟୁଜ)ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ୭୩ତମ ସ୍ୱାଧିନତା ଦିବସ ଉପଲକ୍ଷେ ଜମ୍ମୁ-କାଶ୍ମୀରର ଶ୍ରୀନଗର ସ୍ଥିତ ଶେ-ଏ-କାଶ୍ମୀର ଷ୍ଟାଡିୟମରେ ଜାତୀୟ ପତାକା ଉତୋଳନ କରିଛନ୍ତି । ଷ୍ଟାଡିୟମରେ ସ୍ୱାଧିନତା ଦିବସ ଅବସରରେ ରଙ୍ଗାରଙ୍ଗ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମାରୋହରେ ରାଜ୍ୟପାଳଙ୍କ ବ୍ୟତୀତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହାସହ ଅଧିକ ସଂଖ୍ୟାରେ ସ୍ଥାନୀୟ ଲୋକ ଉପସ୍ଥିତ ରହିଥିଲେ । ଏହି ଅବସରରେ ରାଜ୍ୟପାଳ କହିଥିଲେ , ଜମ୍ମୁ-କାଶ୍ମୀରର ଲୋକଙ୍କ ପରିଚୟ ଆଉ ବିପଦରେ ନାହିଁ । ଏଥିରେ କୌଣସୀ ଦୁର୍ନୀତି କରାଯାଇ ନାହିଁ । ଭାରତୀୟ ସମ୍ବିଧାନ ବିଭିନ୍ନ ଆଂଚଳିକ ପରିଚୟକୁ ମଧ୍ୟ ଗୁରୁତ୍ୱ ଦେଇଥାଏ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ