ଓପି ଜିନ୍ଦଲଙ୍କ ପୂଣ୍ୟତିଥି ପାଳିତ

ଯୋଡା, (ସମୀର କୁମାର ଦାସ):ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ଓମ୍ ପ୍ରକାଶ ଜିନ୍ଦଲଙ୍କ ୧୬ତମ ତିରୋଧାମ ଦିବସ ବଡବିଲ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ୍ ପ୍ଲାଣ୍ଟ ପରିସରରେ ବୁଧବାର ପାଳିତ ହୋଇଯାଇଛି । ଏହି ଦିବସକୁ ଚିରୋସ୍ମରଣୀୟ କରିବା ପାଇଁ କୋଭିଡ୍ ନିୟମକୁ କଡାକଡି ପାଳନ କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସକାଳେ ସୋୟାବାଲିସ୍ଥିତ ଶିବ ମନ୍ଦିରରେ ପ୍ଲାଣ୍ଟର କର୍ମଚାରୀମାନେ ଉପସ୍ଥିତ ରହି ଜିନ୍ଦଲଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରିବା ସହିତ ତାଙ୍କ ଫୋଟରେ ପୁଷ୍ପଗୁଚ୍ଛ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ପ୍ଲାଣ୍ଟ ମୁଖ୍ୟ ବ୍ରିଜ୍ ବଦହଦରା କହିଥିଲେ ଯେ, ଭାରତର ଶିଳ୍ପ ଜଗତରେ ତାଙ୍କ ସମୟରେ ଆଣିଥିବା ବୈପ୍ଳବିକ ପରିବର୍ତନ ପାଇଁ ଜିନ୍ଦଲ ସବୁଦିନ ପାଇଁ ଚିରୋନମସ୍ୟ ହୋଇ ରହିବେ । ସମୟ ବଦଳି ଯାଇଥିଲେ ମଧ୍ୟ ଆମେ ଯଦି ତାଙ୍କୁ ଅନୁପ୍ରାଣିତ ହୋଇ ବ୍ୟବସାୟ କରିବା ତେବେ ଅନୁଷ୍ଠାନ ତଥା ଦେଶର ଉନ୍ନତି ହେବା ସହ ପାରିପାର୍ଶିକ ଉନ୍ନତି ମଧ୍ୟ ସମ୍ଭବ ହୋଇ ପାରିବ । ମହାନ୍ ଦୁରଦ୍ରଷ୍ଟା ତଥା ମ୍ୟାନ ଓଫ୍ ଷ୍ଟିଲ୍ ଭାବେ ପରିଚିତ ଓପି ଜିନ୍ଦଲଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଅଖଣ୍ଡ ଗୀତା ପାଠ ତଥା ଯଜ୍ଞର ଆୟୋଜନ କରାଯାଇଥିଲା । ଏହି ଅବସରରେ ବଡବିଲ ପ୍ଲାଣ୍ଟର ସୁଶୀଲ କୁମାର ଅଗ୍ରୱାଲ, ଶରତ କିଶୋର ପଣ୍ଡା, ଦିପକ ଦାସ, ପରୁଷତୋମ, ଶଶାଙ୍କ ଶେଖର ପଟ୍ଟନାୟକ, ସୁନିଲ ପଟ୍ଟନାୟକ ଏବଂ ସୂର୍ଯ୍ୟକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ