ଓଷ୍ଟା ପକ୍ଷରୁ ଶିଶୁ ମହୋତ୍ସବ ଅନୁଷ୍ଠିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବି.ତୁରୁବୁଡି ପଞ୍ଚାୟତ ହାଇସ୍କୁଲ ପରିସରରେ ଓଷ୍ଟା ପକ୍ଷରୁ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିଶିର କୁମାର ନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପଞ୍ଚାୟତ ସରପଞ୍ଚ ବି. ଲିଙ୍ଗରାଜ ଦୋରା ମୂଖ୍ଯ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଡ. ବିଜୟ ଚନ୍ଦ୍ର ମହାରଣା ମୂଖ୍ଯବକ୍ତା, ଉପଦେଷ୍ଟା ଭୀମସେନ ଗୌଡ, ରାଜେନ୍ଦ୍ର ମହାନ୍ତି, ମେନସନ ପ୍ରଧାନ, ଈଶ୍ୱର ଭୂୟାଁ, ଜଗନ୍ନାଥ ପ୍ରଧାନ ଏବଂ ପ୍ରଫୁଲ୍ଲ କୁମାର ସ୍ବାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ସଂଘର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ ବୀବରଣି ପାଠ କରିଥିଲେ।ଏହି ଅବସରରେ ଶିଶୁ ମାନଙ୍କ ଲୁକ୍କାୟିତ ପ୍ରତିଭାକୁ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଲୋକଲୋଚନକୁ ଅଣାଯିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା।ପ୍ରାରମ୍ଭରେ ସଂସ୍କୃତ ଶିକ୍ଷକ ସନ୍ତୋଷ କୁମାର ତ୍ରିପାଠୀ ବେଦପାଠ କରିଥିବା ବେଳେ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ