ଓସକମ ୟୁନିଟ ଠାରେ ପ୍ରତିନିଧିମାନଙ୍କ ବୈଷୟିକ ପରିଦର୍ଶନ, ଉଦ୍ଘାଟନ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା) :ଗ୍ଲୋବାଲ୍ ସେଣ୍ଟର ଫର ନିୟୁକ୍ଳିୟର ଏନର୍ଜି ଭାଗିଦାରୀ , ପରମାଣୁ ଉର୍ଜା ବିଭାଗ ଏବଂ ଭିଏତନାମ ପରମାଣୁ ଉର୍ଜା ବିଭାଗ  ଭିଏତନାମ ମଧ୍ୟରେ ହୋଇଥିବା ଏମଓୟୁ ଅନ୍ତର୍ଗତ ଆଇଆରଇଏଲ ର ବିସ୍ତୃତ ଖଣି ଉତ୍ତଳନ, କନସେଣ୍ଟ୍ରେସନ, ଖଣିଜ ପ୍ରୋସେସିଂ, ରେଅର ଅର୍ଥ ନିଷ୍କର୍ଷଣ ଏବଂ ବିଶୋଧନ କୁ ବୈଷୟିକ ପରିଦର୍ଶନ ସକାଶେ  ଭିଏତନାମର ଏକ ପନ୍ଦର ସଦସ୍ୟ ବିଶିଷ୍ଠ ପ୍ରତିନିଧିମଣ୍ଡଳ  ଆଇଆରଏଲ୍ (ଇଣ୍ଡିଆ) ଲିମିଟେଡ୍ କୁ ଭ୍ରମଣରେ ଆସିଥିଲେ ।  ଓଡିଶା ର ଗଞ୍ଜାମ ଜିଲ୍ଲାରେ ସ୍ଥିତ ଆଇଆରଏଲ୍ ର ଓସକମ ୟୁନିଟ ଠାରେ ପ୍ରତିନିଧିମାନଙ୍କ ବୈଷୟିକ ପରିଦର୍ଶନ ତା 25.07.2002ରିଖ ଠାରୁ ଉଦ୍ଘାଟନ କାର୍ଯ୍ୟକ୍ରମ ସହ ପ୍ରାରମ୍ଭ ହୋଇଥିଲା ।  ଏହି ସତ୍ରରେ ଅନଲାଇନରେ ଉପସ୍ଥିତ ଶ୍ରୀ ଦୀପେନ୍ଦ୍ର ସିଂହ, ଅଧକ୍ଷ ଏବଂ ପ୍ରବନ୍ଧ ନିଦେଶକ ଆଇଆରଏଲ୍  ସଂବୋଧନରେ  ରେଅର ଅର୍ଥ ର ବୈଷୟିକ ସହୋଯୋଗିତା କୁ ବଢାଇବା ସକାଶେ ସେ ତାଙ୍କର ସମର୍ଥନ କୁ ପୁନରବୁର୍ତ୍ତୀ କରିଥିଲେ, ଯାହାରକି ବର୍ତ୍ତମାନ ସାରା ବିଶ୍ଵର ଆବଶ୍ୟକତା ଅଛି  ।  ଏହା ପୂର୍ବରୁ, ଏପ୍ରିଲ 2022 ରେ, ଆଇଆରଏଲ୍ ପାଞ୍ଚ ଦିବସୀୟ  ବର୍ଚୁଆଲ ସେମିନାର କରିଥିଲା, ଯେଉଁଥିରେ ଉପରୋକ୍ତ ପ୍ରୋସେସିଂ ଆଧାରିତ ବିଭିନ୍ନ ବିଷୟର ବିବବରଣୀ ସହିତ ଜମାର ଗଠନ ପ୍ରକ୍ରିୟା, ଦେଶର ନିୟାମକ ନିୟମ ଇତ୍ୟାଦି ଆଧାରିତ ବିଭିନ୍ନ ବିଷୟରେ ଆଇଆରଏଲ୍ ର ଅଧିକାରୀମାନଙ୍କ ଦ୍ଵାରା  ଭିଏତନାମି ମାନଙ୍କୁ ମାର୍ଗଦର୍ଶନ କରଯାଇଥିଲା ।  ଏହା ବ୍ୟତୀତ, 1990 ଦଶକରେ, ଏହିପ୍ରକାରର ଏକ ପ୍ରତିନିଧିମଣ୍ଡଳ ରେଡ , ଆଲୁବା, କେରଳରେ ଆଇଆରଏଲ୍ ଦ୍ଵାରା ହେଉଥିବା ପ୍ରଚାଳନ ତଥା ରେଅର ଅର୍ଥ ନିଷ୍କର୍ଷଣ ଉପଲବ୍ଧତା କୁ ଦେଖିବା ପାଇଁ  ପରିଭ୍ରମଣ ରେ ଆସିଥିଲେ । ଏହି ଅବଧି ମଧ୍ୟରେ ଭାରତ ସରକାରଙ୍କ ତରଫରୁ ଆଇଆରଏଲ୍  ଭିଏତନାମ ସରକାରଙ୍କୁ 1 ଟନ ବ୍ୟାଚ ରେଅର ଅର୍ଥ  ନିଷ୍କର୍ଷଣ ପ୍ଳାଣ୍ଟ ଉପହାର ସଦୃଶ ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ