ଓଡ଼ିଶାର ଆଖି ଖୋଲିଦେଲେ ଦୃଷ୍ଟିବାଧିତ ମହିଳା ଫୁଟବଲ ଖେଳାଳି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଜାତୀୟ ଦୃଷ୍ଟିବାଧିତ ଅନୁଷ୍ଠାନ, ଓଡ଼ିଶା ତରଫରୁ ଆୟୋଜନ କରାଯାଇଥିବା ପ୍ରଥମ ରାଜ୍ୟସ୍ତରୀୟ ଦୃଷ୍ଟିବାଧିତ ଫୁଟବଲ ତାଲିମ ଶିବିର ମେ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ପୋଖରୀପୁଟସ୍ଥିତ ଶ୍ରୀ ସତ୍ୟସାଇ ମହିଳା ମହାବିଦ୍ୟାଳୟ ଖେଳପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ରାଣୀପାଟଣା ଦୃଷ୍ଟିବାଧିତ ବିଦ୍ୟାଳୟ ବାଲେଶ୍ୱର, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଶୈଳବାଳା ମହିଳା ମହାବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ନୟାଗଡ଼ +୨ ମହାବିଦ୍ୟାଳୟ ଛାତ୍ରୀମାନେ ୫ଦିନ ବ୍ୟାପୀ ତାଲିମ ଶିବିରରେ ଯୋଗ ଦେଇଥିଲେ । ଆଜିର ଉଦ୍‌ଯାପନ ଦିବସରେ ମହିଳା ବିଦ୍ୟାଳୟର ଅଧ୍ୟକ୍ଷା ଡ଼କ୍ଟର ମାନସୀ ବସ୍ତିଆ ମୁଖ୍ୟ ଅତିଥି, ଏନ୍‌ସିଏସ୍‌ସିଡିଏର ପ୍ରାକ୍ତନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାମକିଶୋର ଶର୍ମା ଓ ବର୍ତ୍ତମାନର ନର୍ଦ୍ଦେଶକ ଶ୍ରୀଯୁକ୍ତ ସୁଜିତ କୁମାର ସାହୁ ପ୍ରମୁଖ ମୁଖ୍ୟ ବକ୍ତା, ବିଶିଷ୍ଟ ସମାଜସେବୀ ଓ ନାରୀନେତ୍ରୀ ଡକ୍ଟର ରୀନା ରାଉତରାୟ, ଏନ୍‌.ଏ.ବି. ଓଡ଼ିଶାର ଅଧ୍ୟକ୍ଷ ଡକ୍ଟର ଶିଶିର କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେବା ସହ ଭବିଷ୍ୟତରେ ଉତ୍ତମ ଖେଳ ପ୍ରଦର୍ଶନ କରିବା ପାଇଁ ପ୍ରେରଣାଦାୟୀ ଭାଷଣ ଦେଇ ସେମାନଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ଶେଷରେ ଛାତ୍ରୀମାନଙ୍କୁ ପ୍ରମାଣପତ୍ର, ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯକ୍ରମକୁ ସତ୍ୟସାଇ ମହିଳା ମହାବିଦ୍ୟାଳୟ, ଏନ୍‌ସିଏସ୍‌ସିଡ଼ିଏ ଓ ଓଡ଼ିଶାର ଅଗ୍ରଣୀ ନାରୀ ସଂଗଠନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ଉକ୍ତ ତାଲିମ ଶିବିରରେ ମନୋନୀତ ହୋଇଥିବା ଖେଳାଳିମାନେ ମେ ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ପୁନେରେ ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ଦୃଷ୍ଟିବାଧିତ ମହିଳା ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ । ଉକ୍ତ ଖେଳାଳିମାନେ ହେଲେ ସ୍ମୃତିରେଖା ପ୍ରଧାନ, ଜାମ୍ବି ସିଂ, ପଦ୍ମିନୀ ଟୁଡୁ, ସରସ୍ୱତୀ ମୁର୍ମୁ, ଝୁନୁ ଦାସ, ପ୍ରିୟଙ୍କା ସ୍ୱାଇଁ, କାର୍ମୀ ହାଁସଦା, ଗୋଲ୍‌କିପର ଶୁଭସ୍ମିତା ରାଣୀ ରାଉତ, ଗୋଲ ଗାଇଡ଼ ତ୍ରିଲୋଚନ ବେହୁରା ଏବଂ କୋଚ ବିଜୟଲକ୍ଷ୍ମୀ ଦେଇ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ