ଓଡ଼ିଶା ନାଗରିକ ମହାମଞ୍ଚ/କଳିଙ୍ଗ ପାଇକ ସଂଗଠନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିସାନ ରେଡ଼ି ରାଜ୍ୟସଭାରେ ‘ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ନୁହେଁ’ ଦେଇଥିବା ବିଭ୍ରାନ୍ତିକର ଓ ମିଥ୍ୟା ବିବୃତ୍ତିକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଓଡ଼ିଶା ନାଗରିକ ମହାମଞ୍ଚ, କଳିଙ୍ଗ ପାଇକ ସଂଗଠନ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀଙ୍କ ମିଥ୍ୟା ବିବୃତ୍ତିକୁ ତୀବ୍ର ସମାଲୋଚନା କରାଯିବା ସହିତ ସମଗ୍ର ସ୍ୱାଭିମାନୀ ଓଡ଼ିଶାବାସୀଙ୍କୁ ଏହା ଅସମ୍ମାନିତ ଓ ଅପମାନିତ କରିଛି ବୋଲି ସମ୍ମିଳନୀରେ ମତପ୍ରକାଶ ପାଇଛି । ଏହା ସହିତ ରାଜ୍ୟ ସରକାର ଚିଠି ସହିତ ଯୋଗ୍ୟ ଐତିହାସିକ ତଥ୍ୟ କେନ୍ଦ୍ର ସରକାରଙ୍କୁ ଯୋଗାନ୍ତୁ ବୋଲି କୁହାଯାଇଛି । ଓଡ଼ିଶା ନାଗରିକ ମହାମଞ୍ଚ ଓ କଳିଙ୍ଗ ପାଇକ ସଂଗଠନ ପକ୍ଷରୁ ସଭାପତି ପ୍ରଦ୍ୟୁମ୍ନ ଶତପଥୀଙ୍କ ସହିତ କଳିଙ୍ଗ ପାଇକ ସଂଗଠନର ପ୍ରଫୁଲ୍ଲ କୁମାର ବାହୁବଳେନ୍ଦ୍ର, ମୋହନ ସୁନ୍ଦର ଦଳସିଂରାୟ, ଅମରେନ୍ଦ୍ର ମହାପାତ୍ର, ବେଣୁଧର ହରିଚନ୍ଦନ, ଯନ୍ତ୍ରୀ ଶିଶିର ନାୟକ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏପ୍ରିଲ ୧୬, ୨୦୧୭ ମସିହାରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଫଳରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପାଇକ ବିଦ୍ରୋହ ୧୮୧୭ମସିହାର ବିଶିଷ୍ଟ ପାଇକ ବଂଶଧରମାନଙ୍କୁ ସମ୍ମାନିତ କରିବା, ଭାରତୀୟ ବଜେଟରେ ୨୦୧୭-୧୮ ମସିହାରେ ପାଇକ ବିଦ୍ରୋହ ୧୮୧୭ର ୨୦୦ବର୍ଷ ପୂର୍ତ୍ତି ଅବସରରେ ୨୦୦ କୋଟିର ବଜେଟ, ତତ୍କାଳୀନ ମହାମହୀମ ରାଷ୍ଟ୍ରପତି ଶ୍ରୀଯୁକ୍ତ ପ୍ରଣବ ମୁଖାର୍ଜୀ ବଜ୍ର କଣ୍ଠରେ କହିଥିଲେ ଯେ, ପାଇକ ସଂଗ୍ରାମ ହିଁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜୁଲାଇ ୨୦, ୨୦୧୭ରେ ପାଇକ ବିଦ୍ରୋହ ୨୦୦ବର୍ଷ ପୂର୍ତ୍ତିର ଉଦ୍ଘାଟନ ଦିଲ୍ଲୀ ବିଜ୍ଞାନ ଭବନଠାରେ ବର୍ତ୍ତମାନର ମହାମହୀମ ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦଙ୍କ ଦ୍ୱାରା ଡ଼ିସେମ୍ବର ୮, ୨୦୧୯ରେ ଖୋର୍ଦ୍ଧାର ଐତିହାସିକ ବରୁଣେଇଠାରେ ‘ପାଇକ ସ୍ମାରକୀ’ର ଶିଳାନ୍ୟାସ କରାଇବା ଏବଂ ପରିଶେଷରେ ଭାରତ ସରକାରଙ୍କ (ଏନ୍ସିଆରଟି) ଦ୍ୱାରା ପରିଚାଳିତ ସିବିଏସ୍ଇର ଅଷ୍ଟମଶ୍ରେଣୀ ଇତିହାସ ବହିର ୬୨ ଏବଂ ୬୩ ପୃଷ୍ଠାରେ ଲିଖିତ ବିଷୟ ଯାହା (୨୦୧୯ ଜାନୁୟାରୀ ଏଡ଼ିସନ) ‘ଞଷର କଷକ୍ଟକ୍ସୟଷବ ଙ୍କକ୍ଟ୍ରକ୍ସସଗ୍ଦସଦ୍ଭଶ-ଇ ଉବଗ୍ଦର ଝଗ୍ଧଙ୍କୟଚ୍ଚ’ ‘ଗଙ୍କମଷ ଭରଲକ୍ଟକ୍ସର ଗ୍ଧଷର ରଙ୍ଖରଦ୍ଭଗ୍ଧ କ୍ଟଲ ୧୮୫୭, ଗ୍ଧଷରକ୍ସର ଷବୟ ଗ୍ଧବଳରଦ୍ଭ କ୍ଟ୍ରକ୍ଷବମର ବଦ୍ଭକ୍ଟଗ୍ଧଷରକ୍ସ ରଙ୍ଖରଦ୍ଭଗ୍ଧ କ୍ଟଲ ବ ଗ୍ଦସଜ୍ଞସକ୍ଷବକ୍ସ ଦ୍ଭବଗ୍ଧଙ୍କକ୍ସର ବଗ୍ଧ ବ ଚକ୍ଷବମର ମବକ୍ଷକ୍ଷରୟ କଷକ୍ଟକ୍ସୟଷବ ସଦ୍ଭ ୧୮୫୭..’ । ଏଥିରୁ ପ୍ରମାଣିତ ‘ପାଇକ ବିଦ୍ରୋହ ୧୮୫୭ ଭାରତ ଇତିହାସର ପ୍ରଥମ ସ୍ୱାଧୀନତା ସଂଗ୍ରାମ’ । ରାଜ୍ୟ ସରାକର ଖୋର୍ଦ୍ଧାର ପାଇକ ସ୍ମାରକୀ ପାଇଁ ଯେତେଶୀଘ୍ର ବିନାମୂଲ୍ୟରେ କେନ୍ଦ୍ର ସଂସ୍କୃତି ବିଭାଗକୁ ଜାଗା ହସ୍ତାନ୍ତର କରନ୍ତୁ । କାରଣ କେନ୍ଦ୍ର ସରାକରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବ, ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ୧୨ ନଭେମ୍ବର, ୨୦୨୧ ଏବଂ ୨୨ ନଭେମ୍ବର, ୨୦୨୧ ଚିଠି ଆଧାରରୁ ଜଣାପଡ଼ିଛି କି ଜାଗା ହସ୍ତାନ୍ତର ହୋଇପାରି ନାହିଁ । ଏ ବାବଦରେ ରାଜ୍ୟ ସରକାର ତୁରନ୍ତ କେନ୍ଦ୍ର ସରକାରଙ୍କୁ ବିନା ମୂଲ୍ୟରେ ଜାଗା ହସ୍ତାନ୍ତର କରନ୍ତୁ ଏବଂ କେନ୍ଦ୍ର ସରକାର ଅବିଳମ୍ବେ ପାଇକ ସ୍ମାରକୀର କାର୍ଯ୍ୟ ଆରମ୍ଭ କରନ୍ତୁ ବୋଲି ସଂଗଠନ ପକ୍ଷରୁ ମତବ୍ୟକ୍ତ କରାଯାଇଛି ।