ଓଡ଼ିଶା ମୁହାଁ ‘ଫୋନି’; ପ୍ରବଳ ବର୍ଷିବ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଫୋନି ଓଡ଼ିଶା ଛୁଇଁପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ସତର୍କ ସୂଚନା ଜାରି କରାଯାଇଛି।
ଆଇଏମ୍‌ଡି ଠାରୁ ସତର୍କ ସୂଚନା ପାଇବା ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ ହୋଇଥିଲା।
ଓଡ଼ିଶାରେ ‘ଫୋନି’ ସ୍ଥଳଭାଗ ଛୁଇଁବନି, କେବଳ ଉପକୂଳରେ ଅତିକ୍ରମ କରିବ । ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ। ଏହାସହ ଘଣ୍ଟାକୁ ୫୦/୬୦କିମି ବେଗରେ ପବନ ବହିପାରେ। ଓଡ୍ରାଫ୍‌ର ୨୦ଟି ଓ ଏନ୍‌ଡିଆର୍‌ଏଫ୍‌ର ୧୨ଟି ୟୁନିଟ୍‌ ମହଜୁଦ ଅଛନ୍ତି। ଫୋନିକୁ ନେଇ ଆମେ ସଂପୂର୍ଣ୍ଣ ସଜାଗ ରହିଛୁ।”ସେହିପରି ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ କହିଛନ୍ତି,“ ଏ ସମୟରେ ବାତ୍ୟା ଆସିବା ଏକ ବିଲକ୍ଷଣ। ଆମେ ଆଇଏମ୍‌ଡି ଓ ୟୁଏସ୍‌ନେଭି ତଥ୍ୟକୁ ଜିଲ୍ଲାପାଳମାନଙ୍କୁ ଜଣାଉଛୁ। ‘ଫୋନି’ ପ୍ରଭାବରେ ୨ ତାରିଖରୁ ଉପକୂଳ ଅଞ୍ଚଳରେ ବର୍ଷା ହେବ। ୪ ତାରିଖ ସୁଦ୍ଧା ସ୍ଥଳଭାଗ ଛୁଇଁବ ନାହିଁ। ମୁକାବିଲା ପାଇଁ ସମସ୍ତ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରହିଛି। ଏନ୍‌ଡିଆର୍‌ଏଫ୍‌ର ୧୨ଟି, ଓଡ୍ରାଫର ୨୦ଟି ଓ ୨୩୦ ଅଗ୍ନିଶମ ୟୁନିଟ୍‌ ପ୍ରସ୍ତୁତ ଅଛି।”ବାତ୍ୟା ‘ଫୋନି’ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରେ ସ୍ଥଳଭାଗ ଛୁଇଁବା ଆଶଙ୍କାକୁ ଆଇଏମ୍‌ଡ଼ି ପକ୍ଷରୁ ଏଡ଼ାଇ ଦିଆଯାଇଛି। ତେବେ ଆସନ୍ତା ୩୦ ତାରିଖ ସୁଦ୍ଧା ‘ଫୋନି’ ଅତିପ୍ରବଳ ବାତ୍ୟାର ରୂପ ନେବ। ମେ’ ୧ରୁ ଗତିପଥ ପରିବର୍ତ୍ତନ କରିବ। ଏଥିସହ ଫୋନି ଉତ୍ତର-ପଶ୍ଚିମରୁ ଉତ୍ତର-ପୂର୍ବକୁ ମୁହାଁଇବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ