ଔପନ୍ୟାସିକ ପ୍ରଦୀପ ଚାଟ୍ଟାର୍ଜୀଙ୍କ ସାରସ୍ୱତ କୃତି ସମ୍ପର୍କରେ ଆଲୋଚନା
ବାଲେଶ୍ୱର, (ସରୋଜ ପଣ୍ଡା) :-ପ୍ରତ୍ୟେକ ମଣିଷର ଜୀବନରେ ଏମିତି କିଛି ଘଟଣା ଥାଏ, ଯାହାକୁ ନେଇ ଏକ ସୁନ୍ଦର ଉପନ୍ୟାସ ସୃଷ୍ଟି କରାଯାଇ ପାରେ ବୋଲି ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ କବିତୀର୍ଥ ଶାନ୍ତିକାନନରେ ଆୟୋଜିତ ଆଲୋଚନାଚକ୍ରରେ ଔପନ୍ୟାସିକ ପ୍ରଦୀପ ଚାଟ୍ଟାର୍ଜୀଙ୍କ ସାମଗ୍ରିକ ସାରସ୍ୱତ ସୃଷ୍ଟି ସମ୍ପର୍କରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ‘ପରିଚୟ’ର ସଂପାଦିକା ସୁଶ୍ରୀ ଅରୁଣା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଫକୀରମୋହନ ସାହିତ୍ୟ ପରିଷଦର ପ୍ରାକ୍ତନ ସଭାପତି ଡ. ଶିରୀଶ ଚନ୍ଦ୍ର ଜେନା ଓ ଗାଳ୍ପିକ ନିବାରଣ ଜେନା ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇ ଶ୍ରୀଯୁକ୍ତ ଚାଟ୍ଟାର୍ଜୀଙ୍କ ରଚିତ ପାଞ୍ଚଟି ଉପନ୍ୟାସ ‘ମାଟିମଣିଷ’, ‘ଆଦ୍ୟାଶା’, ‘ଅନ୍ୱେଷା’, ‘ଭାବବାଚ୍ୟର ଉପସର୍ଗ’, ‘ସୂର୍ଯ୍ୟାସ୍ତର ଶେଷ ଛାଇ’; ପାଞ୍ଚଟି ଗଳ୍ପ ସଂକଳନ ‘ନାସି’, ‘ପ୍ରତିଛବି’, ‘ପ୍ରତିଛାୟା’, ‘ବର୍ଣ୍ଣମାଳାର ଚିତ୍ରପଟ’, ‘ଜାକବ ଗୋଇନ୍ଦାଙ୍କ ଡାଏରୀ’ ଏବଂ ଗୋଟିଏ କବିତା ସଂକଳନ ‘ଅଥଚ ଈଶ୍ୱର’ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଯୁଗ୍ମ ସଂପାଦକ ଡ. ସାରଙ୍ଗଧର ତ୍ରିପାଠୀ ମଞ୍ଚଆବାହନ କରିଥିବାବେଳେ ସଂପାଦକ ଦୀପକ ବୋଷ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ । ଯୁଗ୍ମ ସଂପାଦିକା କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତପନ ରାୟ, ଶରତ କୁମାର ମହାପାତ୍ର, ଡ. ରତ୍ନାକର ସିଂହ, ଦିଲ୍ଲୀପ ଚକ୍ରବର୍ତ୍ତୀ, ଯୋଗେଶ ଚନ୍ଦ୍ର ପ୍ରଧାନ, ରମାକାନ୍ତ ମହାନ୍ତି, ବିଦ୍ୟାଧର ସାହୁ, ସୁଚିତ୍ରା ସାହୁ, ଓମ୍ ସାଇକୃଷ୍ଣ, ପୁଷ୍ପଲତା ଚକ୍ରବର୍ତ୍ତୀ, ତୃପ୍ତିରାଣୀ ପାତ୍ର, ସଂଜୟ କୁମାର ପଣ୍ଡା, କମଳାକାନ୍ତ ଦାଶ, ଜ୍ୟୋତ୍ସ୍ନା ରାୟ, ବିନୀତା ସାହୁ, ପ୍ରୀତିଲେଖା ଦାସ ଓ ସୁବ୍ରତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।


