କଂଗ୍ରେସର ଫୋକସରେ ମହିଳା
କଂଗ୍ରେସ ଅଧକ୍ଷ ରାହୁଲଗାନ୍ଧୀଙ୍କ ଜୟପୁର ଗ୍ରସ୍ତ । ଦିନିକିଆ ଓଡିଶା ଗ୍ରସ୍ତରେ ଆସି ମହିଳା ସମାବେଶରେ ଯୋଗ ଦେଇଛନ୍ତି । ରାହୁଲ ଏକ ସ୍ୱତନ୍ତ୍ର ବିମାନରେ ଯୋଗେ ସ୍ଥାନୀୟ ଛକ ନିକଟସ୍ଥ ଶିବ ସାଇ ପଙ୍କସନ ହଲରେ ଆୟୋଜିତ ମହିଳା ସମାବେଶରେ ଯୋଗ ଦେଇଛନ୍ତି । ଏହି ଆୟୋଜନରେ ୫୦୦ ସହ ଜଣ କଂଗ୍ରେସ ପ୍ରତିନିଧି ଯୋଗ ଦେଇଛନ୍ତି ।ଆନ୍ତର୍ଜାତୀୟ ମହିଳା ସମାବେଶରେ ରାହୁଲ ଗାନ୍ଧୀ ଜୟପୁୁରରେ ମହିଳା ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି । ମହିଳା ଦିବସରେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଓଡିଶା ଗରିବ ରାଜ୍ୟ ନୁହେଁ । ଓଡିଶାର ଲୋକ ଗରିବ ଅଛନ୍ତି । ଏହା ବ୍ୟତୀତ ଓଡିଶା ମନ୍ତ୍ରୀ ମଣ୍ଢଳରେ ମହିଳାଙ୍କ ପାଇଁ ସଂରକ୍ଷଣ ଆଣିବା ସହ ଯୁବକ ଯୁବତୀ ମାନଙ୍କର ବେକାରୀ ସମସ୍ୟା ଦୁର କରିବା ସହ ରାଫେଲ ଓ ନୀରବ ମୋଦୀ ଉପରେ ରାହୁଲ ପ୍ରସଙ୍ଗ ଉଙ୍ଖାଇଥିଲେ ରାହୁଲ ଶାସନ କ୍ଷମତାକୁ ଆସିଲେ ଏସବୁର ସମାଧାନ କରିବେ ବୋଲି ଉଦ୍ବୋଧନ ଦେଇଛନ୍ତି । ଓଡିଶାରେ ୨ ରୁ ୩ ଜଣ ଅଫିସର ରାଜ କରୁଛନ୍ତି ବୋଲି ରାହୁଲ ମନ୍ତବ୍ୟ ଦେଇଛନ୍ତି ।