କଂଗ୍ରେସ କର୍ମୀ ଙ୍କ ଦ୍ଵାରା ବିଜେଡ଼ି – ବିଜେପି ମଧ୍ୟରେ ବିବାହ କାର୍ଯ୍ୟ ଅନୁଷ୍ଠିତ
ନିମାପଡା, (ସନ୍ତୋଷ ଦାଶ):ନିମାପଡା କଂଗ୍ରେସ ଭବନ ଠାରେ ନିମାପଡା କଂଗ୍ରେସ ର ବିଧାୟକ ଆଶାୟୀ ପାର୍ଥି ତଥା ଓଡିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ର ସଦସ୍ୟ ସିଦ୍ଧାର୍ଥ ରାଉତରାୟ ଙ୍କ ଆବାହକତ୍ୱ ରେ ନିମାପଡା ଓ ଗୋପ ବ୍ଲକ ଅଞ୍ଚଳ ର କଂଗ୍ରେସ କର୍ମୀ ମାନେ ବିଜେଡି ଓ ବିଜେପି ମଧ୍ୟରେ ବିବାହ ଉତ୍ସବ ଅନୁଷ୍ଠିତ କରିଥିଲେ। ବିବାହ ଉତ୍ସବ ପରେ ସିଦ୍ଧାର୍ଥ ରାଉତରାୟ ଉପସ୍ଥିତ କଂଗ୍ରେସ କର୍ମୀ ଙ୍କୁ ବିଜେଡି ଓ ବିଜେପି ମଧ୍ୟରେ ଥିବା ଭିତିରି ସମ୍ପର୍କ କୁ ଗାଁ ଗଣ୍ଡା ର ଲୋକ ମାନଙ୍କ ପାଖରେ ପହଞ୍ଚାଇବାକୁ ଆହ୍ବାନ ଦେଇଥିଲେ।ଜମି ଦୁର୍ନୀତି,କୃଷି ନୀତି ,କମ୍ପାନୀ ବିକ୍ରୟ ,ମହାମହିମ ରାଷ୍ଟ୍ରପତିଙ୍କୁ ଅବମାନନା, ବିମୁଦ୍ରା କରଣ,ଚିଟ ଫଣ୍ଡ ଦୁର୍ନୀତି ,ବିଜେଡି ର ଏମପି କିଭଳି ବିଜେପି ସରକାରକୁ ସମର୍ଥନ କରିବା ଆଦି ସାଧାରଣ ଜନତାଙ୍କୁ କ୍ଷତି ପହଂଚାଇବା ନୀତି କୁ ତୀବ୍ର ବିରୋଧ କରିବା ସଂଗେ ସଂଗେ କଂଗ୍ରେସ କର୍ମୀ ଙ୍କୁ ଜନତା ବିରୋଧୀ ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା ନିମନ୍ତେ ଆଗେଇ ଆସିବାକୁ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୁବ ନେତା ମନୋଜ ସାହୁ ( ନିଲୁ) ,ଗୁରୁ କଲ୍ୟାଣ ନାୟକ,ବିପିନ ବେହେରା, ଦିଲ୍ଲୀପ ବିଶ୍ବାଳ,ବସନ୍ତ ଭୋଇ, ସବିତା ପ୍ରିୟଦର୍ଶିନୀ ଦାସ, ଅକ୍ଷୟ ସାହୁ ଙ୍କ ସହିତ ଗୋପ ଓ ନିମାପଡା ବ୍ଲକ ଅଞ୍ଚଳ ର ବହୁ ଦଳୀୟକର୍ମୀ ଯୋଗଦାନ କରିଥିଲେ ।


