କଂଗ୍ରେସ କାର୍ଯ୍ୟାଳୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳନ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଆଜି ପାରଳାଖେମୁଣ୍ଡି ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇଅଛି । ଏଥିରେ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ତାପରେ ସ୍ୱର୍ଗୀୟ ଗାନ୍ଧୀଙ୍କ ନୀତି ଆଦର୍ଶକୁ ଅନୁପ୍ରାଣିତ କରି ଦେଶର ଆଜି କଂଗ୍ରେସ ଦଳ ପରିଚାଳିତ କରାଯାଇଛି ବୋଲି ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବଳିଷ୍ଠ କଂଗ୍ରେସ କର୍ମୀ ଗୋବିନ୍ଦ ପାଢି,ବୀଷ୍ଣୁପାଢି ପାଢି, ବାପି ପଣ୍ଡା, ରାଜା ପାତ୍ର, ସୂର୍ଯ୍ୟ ନାରାୟଣ ପାତ୍ର, କୁନା ମାଝୀ, ସନୋଜ ଅଧିକାରୀ, ବାବୁଲି ସାହୁ, ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଏହି କାର୍ଯ୍ୟକ୍ରମକୁ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡାଙ୍କ ଦ୍ଵାରା ପରିଚାଳିତ କରାଯାଇଥିଲା ।


