କଂଗ୍ରେସ ନେତାଙ୍କ ବିଜୁ ଜନତା ଦଳରେ ଯୋଗଦାନ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ଆଜି ବିଜୁ ଜନତା ଦଳ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଙ୍କ କରଞ୍ଜିଆ ଗସ୍ତ ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ । ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ବିଦେଶୀ ରାଜ କଂଗ୍ରେସ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳ ରେ ଯୋଗ ଦେଇଥିଲେ । ଯୋଗଦାନ ପରେ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ସାଢେ ଚାରିକୋଟି ଓଡ଼ିଆ ଙ୍କ ପ୍ରିୟ ପ୍ରଶାସକ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ, ଓଡିଶା ବାସୀଙ୍କ ପ୍ରତି ତ୍ୟାଗ ଭଲପାଇବା କୁ ଦୃଷ୍ଟିରେ ରଖି କରଞ୍ଜିଆ ର ଉନ୍ନତି ପାଇଁ ବିଜୁ ଜନତା ଦଳ ରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି ।ଉଲ୍ଲେଖ ଯୋଗ୍ୟ ଯେ ଛାତ୍ର ଜୀବନରୁ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିଲା ବିଭିନ୍ନ କ୍ରୀଡାରେ ରାଜ୍ୟର ପ୍ରତିନିଧିତ୍ୱ କରିଥିଲେ ଦିବଂଗତ ବରିଷ୍ଠ ଲଲାଟେନ୍ଦୁ ବିଦ୍ୟଧାର ମହାପାତ୍ର ଙ୍କ ଦୃଢ଼ ସମର୍ଥକ ଭାବେ ଜଣାଶୁଣା ଶ୍ରୀ ବିଦେଶୀ ରାଜ କଂଗ୍ରେସ ଦଳର ବିଭିନ୍ନ ପଦ ପଦବୀରେ ମଧ୍ୟ ରହିଆସିଥିଲେ। ଜିଲ୍ଲା କଂଗ୍ରେସ କମିଟି ରେ ସମ୍ପାଦକ, ସାଧାରଣ ସମ୍ପାଦକ ପଦବୀ ସହିତ ଛାତ୍ର ଓ ଯୁବ କଂଗ୍ରେସ ର ବିଭିନ୍ନ ପଦ ପଦବୀ ରେ ରହିଆସିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳ ର ଶହ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଜନ୍ମେଜୟ ଲେଙ୍କା, ରାଜ୍ୟ ଆଇଟି ସଂଯୋଜକ ସୁବ୍ରତ ଛୋଟେଇ, କରଞ୍ଜିଆ ବିଧାୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ,ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଦିଲ୍ଲୀପ କୁମାର ସାହୁ, ସ୍ୱରୂପ କୁମାର ପରିଜା,ଆଡ଼ଭୋକେଟ ବିଶ୍ୱଜିତ ଚୌଧୁରୀ ନଗର ବିଜେଡି ସଂଯୋଜକ ଗଣେଶ ମିଶ୍ର,ପୂର୍ବତନ ନଗରପାଳ ପ୍ରେମଜିତ ସାହୁ, ସାଂସଦ ପ୍ରତିନିଧି ଏସ.କେ ସୁଲେମାନ ପ୍ରମୁଖ ଉପସ୍ଥିତ ଥିଲେ ।


