କଂଗ୍ରେସ ନେତା ସଂଗ୍ରାମ ଜେନାଙ୍କ ପରଲୋକ
ଭୁବନେଶ୍ୱର (ୱାଇଏନ୍ଏସ୍): ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ ଘଟିଛି । ୪୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । କଂଗ୍ରେସର ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ରହିଥିଲେ ସଂଗ୍ରାମ ଜେନା । ଏହା ସହ ଭଦ୍ରକ ଆସନରୁ ଏମପି ପାଇଁ ମଧ୍ୟ କଂଗ୍ରେସରୁ ଠିଆ ହୋଇଥିଲେ । ପୂର୍ବରୁ ସେ କରନାରେ ଆକ୍ରାନ୍ତ ହୋଇ ଚିକିତ୍ସା ଚାଲିଥିବା ଜଣା ପଡ଼ିଛି । ୮୪ ଦିନ ଧରି ଇକମୋ ଚିକିତ୍ସାରେ ରହିଥିଲେ ।


