କଟକରେ ୯ ଗୋଟି ପୁଜା ମଣ୍ଡପକୁ ଉଚ୍ଚା ମୂର୍ତି ସହ ପୁଜା କରିବା ପାଇଁ ଅନୁମତି 

କଟକ, (ଦୀପକ୍ କୁମାର ବେଉରା): ଶେଷରେ ସବୁ କଳ୍ପନାଜଳ୍ପନା ର ଅନ୍ତ ଘଟାଇ ହାଇକୋର୍ଟ୍ ରେ ଚାଲିଥିବା ଦୁର୍ଗା ପୂଜା ମାମଲାରେ ପୁର୍ଣ୍ଣୃଚ୍ଛେଦ ପଡିଛି। କଟକରେ ୯ ଗୋଟି ପୁଜା ମଣ୍ଡପକୁ ଉଚ୍ଚା ମୂର୍ତି ସହ ପୁଜା କରିବା ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ୍। ଏଥିସହ ରାଜ୍ୟର ସମସ୍ତ ପୁଜା ମଣ୍ଡପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍ ନିୟମ ଅନୁଯାୟୀ ମା ଦୁର୍ଗାଙ୍କ ପୂଜା କରାଯିବ। ଆଉ ୯ ଗୋଟି ପୁଜା ମଣ୍ଡପର ଅନୁରୋଧ କ୍ରମେ ୧୨ ଫୁଟ୍ ଉଚ୍ଚତାର ମୂର୍ତ୍ତି କରି ପୁଜା କରିବାକୁ ମଧ୍ୟ ଅନୁମତି ମିଳିଛି। ଏ ନେଇ ଆଡଭୋକେଟ ଜେନରାଲ୍ ଙ୍କୁ ଷ୍ଟାଟସ୍ ରିପୋର୍ଟ୍ ଅଦାଲତ ରେ ଦାଖଲ କରିବାକୁ ହାଇକୋର୍ଟ୍ କହିଥିଲେ। ପିଟିସନ ର ଶୁଣାଣି କରି ଷଷ୍ଠିଠାରୁ ଭଷାଣୀ ପର୍ଯ୍ୟନ୍ତ କୋଭିଡ୍ ନିୟମ ଅନୁଯାୟୀ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବା ପାଇଁ କହିଛନ୍ତି ହାଇକୋର୍ଟ୍। ଅପରପଟେ ମା ଙ୍କୁ ଦର୍ଶନ ପାଇଁ ସୁଯୋଗ ଦେବାକୁ ପିଟିସନ୍ ରେ ଦର୍ଶାଯାଇଛି। ତେବେ ଏହାକୁ ଶୁଣାଣି କରି ସୀମିତ ସଂଖ୍ୟାରେ ଆଉ ସାମାଜିକ ଦୁରତା ରକ୍ଷା କରି ମା ଙ୍କୁ ଦର୍ଶନ କରିପାରିବେ ବୋଲି ହାଇକୋର୍ଟ୍ କହିଛନ୍ତି।ତେବେ ହାଇକୋର୍ଟ୍ ଙ୍କ ଏହି ରାୟରେ ଆଶ୍ୱସ୍ତି ହେଇଛନ୍ତି ପୁଜା କମିଟିର କର୍ମକର୍ତ୍ତା। ହାଇକୋର୍ଟ୍ଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁଜା ସମୟରେ ସରକାରଙ୍କ ସମସ୍ତ କୋଭିଡ୍ ନିୟମକୁ ସମ୍ପୂର୍ଣ୍ଣରୁପେ ପାଳନ କରିବେ ବୋଲି କହିଛନ୍ତି ପୁଜା କମିଟିମାନେ। ବିଶେଷ କରି କରୋନା କଟକଣାକୁ ନଜରରେ ରଖି ମା ଦୁର୍ଗାଙ୍କ ମୃଣ୍ମୟମୂର୍ତ୍ତିର ଉଚ୍ଚତା କମାଇ ୪ ଫୁଟ୍ କରାଯିବ ବୋଲି ସରକାର ନିର୍ଦ୍ଦେଶନାମା କରିଥିଲେ। ଏହାକୁ ବିରୋଧ କରି ସହରର ୯ ଗୋଟି ପୂଜା କମିଟି ହାଇକୋର୍ଟ୍ ଙ୍କ ଦ୍ୱାରସ୍ତ ହୋଇଥିଲେ। ଏପରିକି ସହରର ଅଧିକାଂଶ ପୂଜା କମିଟି ୪ ଫୁଟ୍ ଉଚ୍ଚତା ର ମୂର୍ତ୍ତି କରିସାରିଥିଲେ। ହେଲେ ହାଇକୋର୍ଟ୍ ଙ୍କ ଅନୁମତି ମିଳିବା ପରେ ପୁଜା କମିଟି ଗୁଡିକ ବେଶ୍ ଖୁସି ଜାହିର କରିଛନ୍ତି।ତେବେ ପୁଜା ଏବଂ ଉଚ୍ଚତା କୁ ନେଇ ହାଇକୋର୍ଟ୍ ଙ୍କ ଅନୁମତି ମିଳିଲା ପରେ ସମସ୍ତ ପୂଜା ମଣ୍ଡପ ଗୁଡିକରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ