କଟକର ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା
ଭୁବନେଶ୍ୱର: କଟକରେ ବର୍ଷ ବର୍ଷଧରି ଆୟୋଜିତ ହେଉଥିବା ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା । ଏହାକୁ ରାଜ୍ୟସ୍ତରୀୟ ପର୍ବ ଭାବେ ମଧ୍ୟ ପାଳନ କରାଯିବ । ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ନଗର ଉନ୍ନୟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଦିଆଯିବ ଆର୍ଥିକ ସହାୟତା ବୋଲି ବୈଠକ ପରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଆଗାମୀ ନଭେମ୍ବର ୧୨ ତାରିଖରୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ । ମହାନଦୀର ଗଡ଼ଗଡ଼ିଆ ଘାଟ କୂଳରେ ଆୟୋଜିତ ହୋଇ ଆସୁଥିବା ଦେଶର ଏହି ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳା ବାଲିଯାତ୍ରା ଏଥର ଆଠ ଦିନଧରି ଚାଲିବ ବୋଲି ଜଣାଯାଇଛି । ଏହା ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖରେ ଶେଷ ହେବ ବୋଲି ଜଣାଯାଇଛି ।