କଣମଣା କ୍ଲଷ୍ଟର ପକ୍ଷରୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ ସେଠିଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର,(ଦେବଦତ୍‍ତ୍ତ ମହାରଣା): ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ବାତ୍ୟା ଆଶ୍ରୟ ସ୍ଥଳୀ ପରିସରରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ ସେଠିଙ୍କୁ କଣମଣା କ୍ଲଷ୍ଟର ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l କଣମଣା ସିଆରସିସି କମଳ ବେହେରା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସଵ ସମାରୋହ ରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବ୍ଲକ ର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନୃସିଂହ ଚରଣ ମିଶ୍ର ଯୋଗ ଦେଇ ଶ୍ରୀ ସେଠିଙ୍କ ଶିକ୍ଷାଦାନ ପ୍ରଣାଳୀକୁ ପ୍ରଶଂସା କରିବା ସହ ପୁଷ୍ପଗୁଛ, ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ l ସମ୍ମାନିତ ଅତିଥି ଭାବେ କଣମଣା ସରପଞ୍ଚ ଏସ. ଚକ୍ରପାଣି ରେଡ୍ଡୀ ଯୋଗ ଦେଇ ଶ୍ରୀସେଠୀଙ୍କ ସହଯୋଗ ରେ କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ରୂପ ପରିବର୍ତନ ହୋଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବେ ଶିକ୍ଷକ ଜ୍ୟୋତି କୁମାର ତ୍ରିପାଠୀ, ଶିକ୍ଷୟତ୍ରୀ ରାଜେଶ୍ୱରୀ ଗୌଡ଼, ମନୋଜ କୁମାର ତ୍ରିପାଠୀ, ଜୟ କୃଷ୍ଣ ବେହେରା, ଲଷ୍ମୀନାରାୟଣ ବେହେରା,ଡ଼ଃ. ଜେ କୁର୍ମା ରାଓ, ଛତ୍ରପୁର ବ୍ଲକର ସମସ୍ତ ସିଆର ସିସି ଓ ଶିକ୍ଷକ /ଶିକ୍ଷୟତ୍ରୀ ମାନେ ଯୋଗ ଦେଇ ଶ୍ରୀ ସେଠି ଙ୍କ ଶିକ୍ଷାଦାନ ପ୍ରଣାଳୀ କୁ ପ୍ରଶଂସା କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ କଣମଣା କ୍ଲଷ୍ଟର ଶିକ୍ଷକ /ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ