କଣ୍ଟେଇପଲ୍ଲୀ – ସୋରଡ଼ା ରାସ୍ତା ପ୍ରଶସ୍ତିକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଓଡିଶା ସରକାର ଙ୍କ ପୂର୍ତ୍ତ ବିଭାଗ ତରଫରୁ କଣ୍ଟେଇପଲ୍ଲୀ – ସୋରଡ଼ା ରାସ୍ତା ପ୍ରଶସ୍ତିକରଣ ସହ ଉନ୍ନତି ପାଇଁ ୨୬ କୋଟି ଟଙ୍କା ଅଟକଳ ଧାର୍ଯ୍ୟକରାଯାଇଛି । ଏହାକୁ ଆସିକା ସାଂସଦ ପ୍ରମିଳା ବିଷୋୟୀ ଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି l ସ୍ୱତନ୍ତ୍ରଅତିଥି ରୂପେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ଯୋଗଦେଇ ରାସ୍ତା ର କାର୍ଯ୍ୟାଖସଡ଼ା ପରଖିବା ସହ ନିଦ୍ଧାରିତ ସମୟରେ କାଯ୍ୟ ସମାପ୍ତ କରିବାକୁ ନିର୍ଦେଶ ଦେଇଥିଲେ l କାର୍ଯ୍ୟକ୍ରମ କୁ ପୂର୍ତ୍ତ ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ , ପ୍ରମୁଖ ଯୋଗଦେଇଥିଲେ । ଏହାକୁ କନିଷ୍ଠ ଯନ୍ତ୍ରୀ ସଂଯୋଜନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ନାୟକ, ଉପାଧ୍ୟାକ୍ଷା ପ୍ରମିଳା ପ୍ରଧାନ, ଜ଼ିଲ୍ଲପରିଷଦ ସଭ୍ୟା ପୂର୍ଣ୍ଣବାସୀ ନାୟକ, ସରପଞ୍ଚ ଦୁର୍ଗାମାଧବ ନାୟକ, ସମିତି ସଭ୍ୟ ବିଭୂପାଦ ଜେନା,ସାଂସଦ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁ , ଯୁବସଭାପତି ଶିବରାମ ରାଉତ, ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଗୌଡ଼, ସିମାଞ୍ଚଳ ବିଷୋୟୀ, କୃଷକ ନେତା ଶରତ କୁମାର ସ୍ୱାଇଁ, ପ୍ରଭାତ ସ୍ୱାଇଁ ଓ ଯୁବନେତା ସରୋଜ ସ୍ଵାଇଁ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ