କଦଳୀ ବୋଝେଇ ଆଇଚର ସହ ଟ୍ରକର ଧକ୍କା, ୨ମୃତ, ଜଣେ ଗୁରୁତର

ଯାଜପୁର,(ଓ୍ବାଇଏନ୍ଏସ୍):୧୬ନଂ ଜାତୀୟ ରାଜପଥର କୁଆଖିଆ ପୋଲ ଉପରେ ଦୁର୍ଘଟଣା। କଦଳୀ ବୋଝେଇ ଟ୍ରକ ସହ ଅନ୍ୟ ଏକ ଟ୍ରକର ଧକ୍କା। ଫଳରେ ୨ଜଣଙ୍କର ମୃତ ଘଟିଥିବା ବେଳେ ଜଣେ ଗୁରୁତର ଆହତ। ସୂଚନା ଅନୁଯାୟୀ, ଆନ୍ଧ୍ରରୁ ରାଞ୍ଚି ଅଭିମୁଖେ ଏକ ଆଇଚର ଗାଡି କଦଳୀ ବୋଝେଇ କରି ଯାଉଥିବା ସମୟରେ କୁଆଖିଆ ଓଭର ବ୍ରିଜ ଉପରେ ଭାରସାମ୍ୟ ହରାଇ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା। ଏହି ଗାଡ଼ିରେ ଡ୍ରାଇଭର ଓ ହେଲପରଙ୍କ ସମେତ ଅନ୍ୟ ଜଣେ ଯୁବକ ଥିଲେ। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଉଭୟ ଡ୍ରାଇଭର ଓ ହେଲପରଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଗାଡିର ହେଲପରର ମୃତ୍ୟୁ ଘଟିଛି। ମୃତ ହେଲପର ଜଣକ ଟାଟା ଜାମସେଦପୁର ଗରିବନବାଜ ଅଂଚଳର ଏସ.କେ ରାଜୁ ବୋଲି ଜଣାପଡିଛି। ଗୁରୁତର ଆହତ ହୋଇଥିବା ଡ୍ରାଇଭର ମହମ୍ମଦ ହାପିଜଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ କୁଆଖିଆ ପୋଲିସ ପହଂଚି ତଦନ୍ତ ଚଳାଇଛି। ତେବେ କଦଳୀ ବୋଝେଇ ଗାଡ଼ିରେ ମୃତ ଯୁବକ ଜଣକ ଲିଫ୍ଟ ଅବା ଭଡା ଦେଇ ଆସିଥିବା ବେଳେ ତାଙ୍କ ପରିଚୟ ମିଳିପାରିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ