କନ୍ଧମାଳରେ ଜିଲାସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

ବ୍ୟାଡ଼ମିଣ୍ଟନ ପିଚ୍‌ର ଉନ୍ନତିକରଣ କରାଯିବ:ଜିଲାପାଳ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ସଟଲର୍ସ୍ ଫୁଲବାଣୀ ଆନୂକୂଲ୍ୟରେ ରବିବାର ଠାରୁ ସ୍ଥାନୀୟ ଇନଡୋର ଷ୍ଟାଡିୟମ ଆରମ୍ଭ ହୋଇଥିବା ଜିଲା ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର  ଉଦ୍‌ଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ଡ଼ବଲ୍ସରେ ମୋଟ ୪୮ଜଣ ଭାଗନେଇଥିବା ବେଳେ ସିଙ୍ଗିଲ୍ସରେ ୮ ଜଣ ଭାଗନେଇଥିଲେ।ଟୁର୍ଣ୍ଣାମେଣ୍ଟର ସିଙ୍ଗିଲ୍ ପ୍ରତିଯୋଗିତାର ଫୁଲବାଣୀର ଆଲୋକ କୁମାର ମୁଖୀ ଚମ୍ପିଆନ୍ ହୋଇଥିବା ବେଳେ ବାଲିଗୁଡ଼ା ଅଞ୍ଚଳର ସୌମ୍ୟ ରଞ୍ଜନ ମଲିକ ରନର୍ସଅପ୍‌ ହୋଇଥିଲେ। ସେହିଭଳି ଡ଼ବଲ୍ସରେ ସବ୍ୟସାଚୀ ଦଲାଲ ଓ ଆଶିଷ୍ କୁମାର ସେଠୀ ଚମ୍ପିଆନ୍ ହୋଇଥିବା ବେଳେ ପ୍ରଶାନ୍ତ କୁମାର ମହାନ୍ତି ଓ ସୁରେଶ ମହାରଣା ରନର୍ସ ଅପ୍‌ ହୋଇଥିଲେ। ପୁରସ୍କାର ବିତରଣ ଉତ୍ସବରେ କନ୍ଧମାଳ ଜିଲାପାଳ ଡ.ବୃନ୍ଦା.ଡ଼ି ଯୋଗଦେଇ ଚମ୍ପିୟାନ୍ ଓ ରନର୍ସଅପ୍‌ଙ୍କୁ ପୁରସ୍କୃତ କରିବା ସହିତ ଖେଳର ବିକାଶ ପାଇଁ ଏହା ଏକ ମାଧ୍ୟମ ବୋଲି ପ୍ରକାଶ କରିଥିଲେ। ଷ୍ଟାଡ଼ିୟମ୍ ପରିସରରେ ଥିିବା ବ୍ୟାଡ଼ିମଣ୍ଟନ ପିଚ୍‌ର ଉନ୍ନତି କରଣ କରାଯିବ ବୋଲି ଜିଲାପାଳ ପ୍ରକାଶ କରିଥିଲେ।ଅଶୋକ କୁମାର ମହାନ୍ତିଙ୍କ ସଂଯୋଜାନାର ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲା କ୍ରିଡ଼ା ସଂସଦ ସଂପାଦକ ଶିବ ପ୍ରସାଦ ତ୍ରିପାଠୀ, ଶିକ୍ଷାବିତ୍ ବିନୟ କୃଷ୍ଣ ପଟ୍ଟନାୟକ, କର୍ମଚାରୀ ସଂଗ୍ରାମ ସମିତି ସଭାପତି ବ୍ରଜ କିଶୋର ପଟନାୟକ ଓ ବରିଷ୍ଠ ଉପଦେଷ୍ଟା ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ସଭାପତି ପଦ୍ମଚରଣ ମହାନ୍ତି ସଭାକାର୍ଯ୍ୟ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବାଲିଗୁଡ଼ା ଅଞ୍ଚଳର ୪ ଜଣ ମହିଳା ଖେଳାଳିଙ୍କ ଦ୍ୱାରା ଏକ ପ୍ରଦର୍ଶନ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲ। ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସଂପାଦକ ସବ୍ୟସାଚୀ ଦଲାଲ, କୋଷାଧ୍ୟକ୍ଷ ରବି ନାରାୟଣ ପାତ୍ର, ସଂଗଠନ ସଂପାଦକ ଦୀପକ ରଞ୍ଜନ ମହାନ୍ତି, ସଦସ୍ୟ ସୁବ୍ରତ ପାଣିଗ୍ରାହି, ସ୍ୱରୂପ ନାୟକ, ଆଶୀଷ ନାୟକ, ପ୍ରମୋ୍ଦ ସାହୁ, ବୁନା ପ୍ରଧାନ,ସନ୍ତୋଷ ସାହୁ, ମହେଶ କୁମାର ସୁବୁଦ୍ଧି, ସଞ୍ଜୀବ କୁମାର ଦାଶ, ସନ୍ତୋଷ ସାହୁ ଓ ଆଶିଷ୍ ସେଠୀଙ୍କ ସମେତ ଅନ୍ୟମାନେ ପରିଚାଳନା କରୁଛନ୍ତି । କୋଭିଡ୍ ନିୟମ ଅନୁଯାୟୀ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ପ୍ରତ୍ୟେକ ଦିନ ବହୁ ଦର୍ଶକ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ