କନ୍ଧମାଳ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ୍ ପାଠ୍ୟ ସହ ତାଲିମ୍ ଶିବିର ଉଦଘାଟିତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ କନ୍ଧମାଳ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ପାଠ୍ୟ ସହ ତାଲିମ୍ ଶିବିର ଉଦଘାଟିତ ହୋଇଯାଇଛି।ତିନିଦିନ ଧରି ଆୟୋଜିତ ଉକ୍ତ ଉତ୍ସବର ପ୍ରଥମ ଦିନ ତଥା ଉଦଘାଟନ ଉତ୍ସବରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରତ୍ୟୁଷ ରଞ୍ଜନ ଶତପଥୀ, ସମ୍ମାନିତ ଅତିଥି ରୂପେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଡ଼ ବିଭୂତିଭୂଷଣ ଆଚାର୍ଯ୍ୟ, କାର୍ଯ୍ୟକ୍ରମ ସଂଯୋଜକ ଦଣ୍ଡପାଣି ଭୂୟାଁ ପତାକା ଉତ୍ତୋଳନ ସହ ଶପଥ ପାଠ ଓ ରେଡକ୍ରସ ର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ। ଏହି ତ୍ରିଦିବସୀୟ ତାଲିମ୍ କାର୍ଯ୍ୟକ୍ରମରେ ୨୨ ଟି ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ୧୫୦ ଜଣ ସ୍ଵେଚ୍ଛାସେବୀ ଅଂଶଗ୍ରହଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ