କନ୍ଧମାଳ ପ୍ରେସ କ୍ଳବ ପକ୍ଷରୁ ସ୍ୱର୍ଗତ ତାରୀଣି ପାଢୀଙ୍କ ଶୋକ ସଭା

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):ଆଜି ଫୁଲବାଣୀ ସାମ୍ବାଦିକ ଭବନଠାରେ କନ୍ଧମାଳ ପ୍ରେସ କ୍ଳବ ପକ୍ଷରୁ କନ୍ଧମାଳର ଜଣେ କୋଭିଡ ଯୋଦ୍ଧା ତଥା ସାମ୍ବାଦିକ ସ୍ୱର୍ଗତ ତାରୀଣି ପ୍ରସାଦ ପାଢୀଙ୍କ ଦେହାନ୍ତରେ ତାଙ୍କ ଉଦେଶ୍ୟରେ ଏକ ଶୋକ ସଭା ଏବଂ ତାଙ୍କର ସ୍ମୃତି ଚାରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରେସ କ୍ଳବର ସଭାପତି ଶିବପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ସ୍ୱର୍ଗତ ତାରିଣୀ ପାଢୀଙ୍କ ଆତ୍ମାର ସଦସଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସାମ୍ବାଦିକ ବଟକୃଷ୍ଣ ବିହାରୀ ସ୍ୱର୍ଗତ ପାଢୀ ଜଣେ ମେଳାପୀ ଏବଂ ନିର୍ଭିକ ସାମ୍ବାଦିକ ଥିଲେ ବୋଲି କହିଥିଲେ ଅଳ୍ପ ଦିନର କନ୍ଧମାଳରେ କାର୍ଯ୍ୟକାଳ ଭିତରେ ଅଧିକ ଲୋକଙ୍କର ପ୍ରିୟପାତ୍ର ହୋଇ ପାରିଥିଲେ ସେ ଜଣେ ଅତି ନିଜର ଲୋକ ଭଳି ତାଙ୍କର ବ୍ୟକ୍ତିଗତ କଥା ମଧ୍ୟ କହୁଥିଲେ । ତାଙ୍କର ସମସ୍ତ ବ୍ୟକ୍ତିଗତ ସମସ୍ୟା ଥିଲେ ମଧ୍ୟ ଲୋକଙ୍କ ସହିତ ମିଳିମିଶି ଚଳୁଥିଲେ ସାମ୍ବାଦିକ ସୁନିଲ ବିଶ୍ୱାଳ ଅଳ୍ପ ଦିନରେ ସ୍ୱର୍ଗତ ପାଢୀଙ୍କ ସହିତ ଅତି ଘନିଷ୍ଠତା ବଢିଥିବାରୁ ତାଙ୍କର ଏହି ଅଚାନକ ଦେହାନ୍ତରେ ସେ ଅତି ମର୍ମାହତ ହୋଇଥିବା କହିଥିଲେ । ସେହିପରି ବରିଷ୍ଠ ସାମ୍ବାଦିକ ଡଃ ଅରୁପ କୁମାର ଜେନା ସ୍ୱର୍ଗତ ତାରିଣୀ ପାଢୀ ଜଣେ ଅତି ମେଳାପି ଓ କର୍ମଠ ବ୍ୟକ୍ତି ଥିଲେ ବୋଲି କହିବା ସହିତ କନ୍ଧମାଳରେ କୋଭିଡ ସେଣ୍ଟରରେ ରୋଗୀଙ୍କୁ ସଠିକ ଭାବରେ ଚିକିତ୍ସା କରାଯାଉ ନଥିବା ସହିତ ସେଠାରେ ସଠିକ ଭାବରେ ତାଙ୍କୁ ଖାଇବା ଏବଂ ଔଷଧ ମଧ୍ୟ ପ୍ରଦାନ କରାଯାଉନାହିଁ ବୋଲି କହିଥିଲେ । ଫୁଲବାଣୀ କୋଭିଡ ହସପିଟାଲରେ ୪ଟି ଭେଣ୍ଟିଲେଟର ରହିଥିବାବେଳେ ସେଥିରୁ ମାତ୍ର ୩ଟି କାର୍ଯ୍ୟକ୍ଷମ ଥିବା ସେଠାରେ ଥିବା ରୋଗୀମାନଙ୍କ ସୁତ୍ରରୁ ଜଣାପଡିଥିବା କହିଥିଲେ । ସେହିପରି ଜିଲ୍ଲାରୁ ରେଫର ହେଉଥିବା ରୋଗୀମାନଙ୍କୁ ମଧ୍ୟ ଭୁବନଶ୍ୱେରରେ ମଧ୍ୟ ସଠିକ ସେବା ମିଳୁନଥିବା ଅଭିଯୋଗ ସେଠାରେ ଥିବା ରୋଗୀଙ୍କ ସୁତ୍ରରୁ ଜଣାପଡିଛି । ଯାହାର ପରିଣାମ ସ୍ୱରୁପ କିଛିଦିନ ପୁର୍ବେ ଜଣେ ଯୁବ ଆଇନଜୀବିଙ୍କର ମଧ୍ୟ ସେଠାରେ ଦେହାନ୍ତ ହୋଇଛନ୍ତି । ସେଥିପାଇଁ ଫୁଲବାଣୀ ଓକିଲ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱର କିମସ ହସପିଟାଲରେ କରାଯାଇଥିବା ସମସ୍ତ ଚିକିତ୍ସାର ବିବରଣୀ ବାବଦରେ ରିପୋର୍ଟ ପ୍ରଦାନ କରିବା ଏବଂ ଫୁଲବାଣୀରେ ଥିବା କୋଭିଡ ହସପିଟାଲରେ ହେଉଥିବା ଅବ୍ୟବସ୍ଥା ଏବଂ ସେଠାରେ ଥିବା କୋଭିଡ ରୋଗୀଙ୍କୁ ସେଠାରେ ସମସ୍ତ ପ୍ରକାରର ସୁବିଧା ପ୍ରଦାନ କରାଯିବା ନିମନ୍ତେ ଜିଲ୍ଲାପାଳଙ୍କ ଦ୍ୱାରା ପଦକ୍ଷପେ ନେବା ଭଳି ଦୁଇଟି ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ସେହିପରି ପ୍ରେସକ୍ଳବ ପକ୍ଷରୁ ମଧ୍ୟ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରାଯିବାକୁ ପ୍ରସ୍ତାବ ଦେଇଥିଲେ । ଏହାସହିତ ସ୍ୱର୍ଗତ ପାଢୀଙ୍କୁ ଜଣେ କୋଭିଡ ଯୋଦ୍ଧାର ସମ୍ମାନ ପ୍ରଶାସନ ପକ୍ଷରୁ ଦିଆ ନଯିବା ଏପରିକି ଜିଲ୍ଲପାଳଙ୍କ ଦ୍ୱାରା ସମବେଦନା ମଧ୍ୟ ନ ଯଣାଇବା ଘଟଣାକୁ ସମସ୍ତ ସଦସ୍ୟ ମାନେ ନିନ୍ଦା କରିଥିଲେ । ଜିଲ୍ଲାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଉଥିବା କହିଥିଲେ । ସ୍ୱାର୍ଗତ ପାଢୀଙ୍କର ଦେହାନ୍ତପରେ ତାଙ୍କର ପରିବାରକୁ ସରକାରଙ୍କ ଦ୍ୱାରା ଘୋଷଣା କରିଯାଇଥିବା କୋଭିଡ ଯୋଦ୍ଧାଙ୍କ ଦେହାନ୍ତରେ ୧୫ ଲକ୍ଷ ଟଙ୍କା ଯାଥା ଶିଘ୍ର କିପରି ପ୍ରଦାନ କରାଯିବ ସେଥିପାଇଁ ପ୍ରେକ କ୍ଲବକୁ ପଦକ୍ଷେପ ନେବାକୁ ନିବେଦନ କରିଥିଲେ ସାମ୍ବାଦିକ ବଟକୃଷ୍ଣ ବିହାରୀ । କନ୍ଧମାଳ ପ୍ରେସ କ୍ଳବର ସଦସ୍ୟ ତ୍ରିନାଥ ସାହୁ,ସନ୍ତୋଷ କୁମାର ଦିଗାଲ,ସୁନିଲ କୁମାର ପଟ୍ଟନାୟକ,ଅଶୋକ କୁମାର ପରିଡା ଏବଂ ଅନ୍ୟମାନେ ତାଙ୍କର ସ୍ମୃତି ଚାରଣ କରିବା ସହିତ କୋଭିଡ ହସପିଟାଲରେ ହେଉଥିବା ସମସ୍ତ ଅବ୍ୟବସ୍ଥାକୁ ଦୁର କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଦାବୀ ପତ୍ର ପ୍ରାଦନ କରିବାକୁ ମତ ପ୍ରଦାନ କରିଥିଲେ । ଶେଷରେ ସମ୍ପାଦକ ଅଜିତ କୁମାର ମହାରଣା ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ