କନ୍ନଡ ଟିଭି ଅଭିନେତ୍ରୀଙ୍କ ସମେତ ୫ ମୃତ

େବଙ୍ଗାଲୁରୁ,(ଯୁଗାବ୍ଦ ନ୍ୟୁ୍ଜ୍): ଚିତ୍ରଦୁର୍ଗା କୁଞ୍ଚିନାଗାନାଲୁ ନିକଟ ଏନଏଚ୍ ୪ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ କନ୍ନଡ ଟିଭି ଅଭିନେତ୍ରୀଙ୍କ ସମେତ ୫ ଜଣ ମୃତ ବରଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏକ କାରରେ ଟିଭି ଅଭିନେତ୍ରୀ ମାନଙ୍କ ସହିତ କାର ଯୋଗେ ଯାତ୍ରା କରୁଥିବା ସମୟରେ ହଠାତ୍ କାରର ଟାୟାର ଫାଟିଯିବାରୁ ଭାରସାମ୍ୟ ହରାଇଥିଲା ଏହା ପଛରୁ ଆସୁଥିବା ଏକ ଟ୍ରକ ସହିତ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୫ ଜଣ ମୃତ ବରଣ କରିଥିବା ବେଳେ ୩ ଜଣ ଗୁରୁତର ଆହାତ ହୋଇଛନ୍ତି । ଘଟଣା ସ୍ଥଳରେ ପହଞ୍ଚି ଆହାତ ମାନଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତିକରିଥିଲେ । ହସପିଟାଲରେ ଟିଭି ଅଭିନେତ୍ରୀଙ୍କ ସହ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ