କପାଳ ରେଖା କହେ ଭବିଷ୍ୟତ
(ଯୁଗାଦ୍ଦ ନ୍ୟୁଜ) କେଉଁ ଆବହମାନ କାଳରୁ ରେଖା ଉପରେ ଲୋକଙ୍କ ବିଶ୍ୱାସ ରହିଛି । ଲୋକେ ନିଜର ହସ୍ତ, ପାଦ ଓ କପାଳ ରେଖାରୁ ଭବିଷ୍ୟତ ଓ ବ୍ୟକ୍ତିତ୍ୱ ଜାଣିଥାନ୍ତି । କନ୍ତୁ ଆପଣ ଜାଣିଛନ୍ତି କି, ସମୁଦ୍ର ଶାସ୍ତ୍ରରେ ବର୍ଣ୍ଣନା ହୋଇଛି, କପାଳ ରେଖାରୁ ଆମ ଭବିଷ୍ୟତ ଜଣାପଡିଥାଏ । ଆସନ୍ତୁ ଜାଣିବା ଏମିତି ରେଖା ସମ୍ପର୍କରେ । ଶାସ୍ତ୍ର କହୁଛି ଯେଉଁ ବ୍ୟକ୍ତିଙ୍କର କପାଳରେ ୨ଟି ରେଖା ଥାଏ, ତାଙ୍କଠାରୁ ଦୂରେଇ ରହିବା ଆବଶ୍ୟକ । ଆମ କପାଳ ମଝିରେ ଥିବା ରେଖାକୁ ମଙ୍ଗଳ ରେଖା କୁହାଯାଏ । ଯେଉଁ ଲୋକର କପାଳରେ ଏହି ରେଖା ଅଧିକ ସ୍ପଷ୍ଟ ଭାବରେ ଦେଖାଯାଏ ସେ ଲୋକ ପାଖରୁ ଦୂରେଇ ରହିବା ଠିକ । ଶାସ୍ତ୍ର କହୁଛି ଏହି ପ୍ରକାର ବ୍ୟକ୍ତିିମାନେ କୌଣସି କଥାକୁ ନେଇ ଥରେ ରାଗିଲେ, ରାଗ ପ୍ରଚଣ୍ଡ ହୋଇଯାଏ ଏବଂ ସେମାନଙ୍କଠାରୁ ବର୍ତ୍ତିବା କଷ୍ଟକର ହୋଇପଡେ । ଏହି ଶ୍ରେଣୀର ବ୍ୟକ୍ତି ଅଧିକ ଲୋଭୀ ହୋଇଥାନ୍ତି । ବ୍ୟକ୍ତିର କପାଳରେ ମଙ୍ଗଳ ରେଖା ଉପରେ ଥାଏ ଗୁରୁରେଖା । ଯେଉଁ ବ୍ୟକ୍ତିର ଗୁରୁରେଖା ଠିକ ଭାବରେ ଦେଖାଯାଏ ନାହିଁ ସେହି ବ୍ୟକ୍ତିଠାରୁ ଦୂରେଇ ରହିବେ ଭଲ । ସାଧାରଣତଃ ଏଭଳି ଲୋକଙ୍କ ସ୍ୱଭାବ ଭଲ ହୋଇନଥାଏ । ସମସ୍ତଙ୍କ ଖରାପ ବ୍ୟବହାର କରିଥାନ୍ତି । ଅନ୍ୟମାନଙ୍କ କଥା ଅପେକ୍ଷା ନିଜ କଥା ଅଧିକ ଭାବିଥାନ୍ତି । କିନ୍ତୁ ଯେଉଁ ବ୍ୟକ୍ତିର ଗୁରୁ ରେଖା ବାହାରକୁ ଦେଖାଯାଇଥାଏ ସେମାନେ ଭାରି ଜିଦଖୋର ପ୍ରକୃତିର ହୋଇଥାନ୍ତି । ଏହି ରେଖା ସେମାନଙ୍କୁ ଅଧିକାଂଶ ସମୟରେ କ୍ଷତି ପହଞ୍ଚାଇଥାଏ ।


