କପି କଲେ ରାଜକୁମାର

ମୁମ୍ବାଇ: ଫିଲ୍ମ ଦୁନିଆର ଷ୍ଟାର୍‌ମାନଙ୍କୁ ସାଧାରଣ ଲୋକ ନକଲ କରିବା ଏକ ସାଧାରଣ କଥା। କିନ୍ତୁ ଯେତେବେଳେ ଜଣେ ଷ୍ଟାର୍‌ ଆଉ ଜଣେ ଷ୍ଟାର୍‌ଙ୍କୁ ନକଲ କରନ୍ତି, ତାହା ନିଶ୍ଚିତ ରୋଚକ ଘଟଣା ସୃଷ୍ଟି କରେ। ଲୋକେ ଏହାକୁ ସହଜରେ ଗ୍ରହଣ କରି ପାରନ୍ତି ନାହିଁ ଓ ତାଙ୍କୁ ଟ୍ରୋଲ୍ କରନ୍ତି। ଏବେ ଏମିତି କିଛି ଘଟିଛି ବଲିଉଡ୍ ଅଭିନେତା ରାଜକୁମାର ରାଓଙ୍କ କ୍ଷେତ୍ରରେ।

ରାଜକୁମାର ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଏକ ଫଟୋ ଶେଆର୍ କରିଛନ୍ତି। ଏଥିରେ ସେ ବ୍ରାଉନ୍‌ କଲର୍‌ର ଶୁଟ୍‌ ପିନ୍ଧିଛନ୍ତି। ତା’ସହିତ ସେ ଏକ କୋଟ୍‌ କେପ୍‌ ପିନ୍ଧିଛନ୍ତି। ରାଜକୁମାରଙ୍କ ଏହି ଲୁକ୍‌ ବେଶ୍ ଦମ୍‌ଦାର ଲାଗୁଛି। ତାଙ୍କ ଫ୍ୟାନ୍‌ମାନେ ଏହାକୁ ବେଶ୍‌ ପସନ୍ଦ ମଧ୍ୟ କରୁଛନ୍ତି। ହେଲେ ତାଙ୍କର ଏହି ଲୁକ୍ କିଛି ମାତ୍ରାରେ ତାଙ୍କ ବନ୍ଧୁ ତଥା ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ ମିଶିଯାଉଛି। ଆଉ ଏହାକୁ କେହି କେହି ପସନ୍ଦ କରୁନାହାନ୍ତି। ସେମାନେ କହୁଛନ୍ତି ଯେ ଆୟୁଷ୍ମାନଙ୍କୁ କପି କରିଛନ୍ତି ରାଜକୁମାର। କିଛି ଦିନ ପୂର୍ବରୁ ଆୟୁଷ୍ମାନ୍‌ ସୋଶାଲ୍ ମିଡିଆରେ ଏକ ଫଟୋ ଶେଆର୍ କରିଥିଲେ। ଆଉ ସେ ବି ଏହିଭଳି ଏକ ଆଉଟ୍‌ଫିଟ୍‌ରେ ନଜର ଆସିଥିଲେ ଯାହା ଏବେ ରାଜକୁମାର୍‌ ପିନ୍ଧିଛନ୍ତି। ହେଲେ ତାଙ୍କ ଡ୍ରେସ୍‌ର ରଙ୍ଗ ଧଳା ଥିଲା। ସେ ଧଳା ରଙ୍ଗର ଶୁଟ୍‌ ଓ ଜୋତା ପିନ୍ଧିଥିଲେ। ଏହି ଶୁଟ୍‌ ସହ ସେ ମଧ୍ୟ ଏକ କୋଟ୍‌ କେପ୍‌ ପିନ୍ଧିଥିଲେ। ଆଉ ସେଥିପାଇଁ ରାଜକୁମାର୍‌ ତାଙ୍କୁ କପି କରିଥିବା କୁହାଯାଉଛି। ରାଜକୁମାର କୋଟ୍‌ କେପ୍‌ ସହ ଏକ ନର୍ମାଲ୍‌ ଥ୍ରୀପିସ୍‌-ଶୁଟ୍‌ ପିନ୍ଧିଥିଲେ ଓ ଆୟୁଷ୍ମାନ୍‌ କଷ୍ଟମାଇଜ୍ଡ୍ ଡିଜାଇନର୍‌ ଲଙ୍ଗ୍ କୋଟ୍‌ କେପ୍‌ ପିନ୍ଧିଥିଲେ। ଦୁହିଁଙ୍କ ଆଉଟ୍‌ଫିଟ୍‌ରେ ବାସ୍‌ ଏତିକି ପାର୍ଥକ୍ୟ ଥିଲା। କିନ୍ତୁ ଏହା ମାନିବାକୁ ପଡ଼ିବ ଯେ ଦୁହେଁ ନିଜ ନିଜ ଅନ୍ଦାଜରେ ବେଶ୍ ଜବରଦସ୍ତ ଦେଖାଯାଉଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଉଭୟଙ୍କର ଦୁଇଟି ଲେଖାଏଁ ଫିଲ୍ମ ଆସୁଛି। ଆୟୁଷ୍ମାନ ଫିଲ୍ମ ‘ଶୁଭ ମଙ୍ଗଲ୍‌ ଜ୍ୟାଦା ସାବଧାନ୍’ ଓ ‘ଗୁଲାବୋ ସିତାବୋ’ରେ ନଜର ଆସିବେ। ସେହିପରି ରାଜକୁମାର୍‌ ଫିଲ୍ମ ‘ତୁରମ୍‌ ଖାନ୍‌’ ଓ ‘ରୁହି ଆଫ୍‌ଜା’ରେ ନଜର ଆସିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ